ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ ଆବେଦନ ତାରିଖ ଘୁଞ୍ଚାଇଲା ଏନଟିଏ

ନୂଆଦିଲ୍ଲୀ : ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି(ଏନଟିଏ )ଘୁଞ୍ଚାଇ ଦେଇଛି କିମ୍ବା ଏଥିରେ ସଂଶୋଧନ କରିଛି । କୋଭିଡ-୧୯ ମହାମାରୀ କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ନିମନ୍ତେ ଅନଲାଇନ୍ ଆବେଦନପତ୍ର ଦାଖଲ ତାରିଖ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଏନଟିଏକୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଘୁଞ୍ଚିଥିବା ଓ ସଂଶୋଧିତ ହୋଇଥିବା ତାରିଖ ହେଉଛି :

 

S.

No

Examination Current Dates Revised/Extended Dates*
From To From To
 

01

National Council for Hotel Management (NCHM) JEE-

2020

01.01.2020 30.04.2020 01.03.2020 15.05.2020
 

02

Indira Gandhi National Open University (IGNOU) Admission Test-2020 for

Ph.D. and OPENMAT(MBA)

28.02.2020 30.04.2020 01.03.2020 15.05.2020
 

03

Indian Council of Agricultural Research

(ICAR)-2020

01.03.2020 30.04.2020 01.03.2020 15.05.2020
 

 

04

Jawaharlal Nehru

University Entrance Examination (JNUEE)-2020

02.03.2020 30.04.2020 02.03.2020 15.05.2020
 

05

All India AYUSH Post Graduate Entrance Test

(AIAPGET)-2020

01.05.2020 31.05.2020 06.05.2020 05.06.2020

 

‘*’ ଅନଲାଇନ ଆବେଦନ ପତ୍ର ଅପରାହ୍ଣ ୪.୦୦ ଏବଂ ଆବେଦନ ଶୁଳ୍କ ରାତି ୧୧.୫୦ ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ ।

ଆବଶ୍ୟକ ଶୁଳ୍କ  କ୍ରେଡିଟ/ଡେବିଟ/ନେଟ ବ୍ୟାଙ୍କିଙ୍ଗ/ୟୁପିଆଇ କିମ୍ବା ପେଟିଏମ ଜରିଆରେ ପଇଠ କରାଯାଇପାରିବ।

୧୫.୦୫.୨୦୨୦ ପରେ ସ୍ଥିତିକୁ ଆକଳନ କରାଯିବା ପରେ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିବା ଏବଂ ପରୀକ୍ଷାର ସଂଶୋଧିତ ତାରିଖ ସମ୍ପର୍କରେ ବିସ୍ତୃତ କାର୍ଯ୍ୟସୂଚୀ ସମ୍ପୃକ୍ତ ପରୀକ୍ଷାର ୱେବସାଇଟ୍ (ଗୁଡିକ) ଏବଂ www.nta.ac.inରେ ଉପଲବ୍ଧ ହୋଇପାରିବ।

ଶିକ୍ଷା ବର୍ଷ ଓ କାର୍ଯ୍ୟସୂଚୀର ଗୁରୁତ୍ବକୁ ଏନଟିଏ ଭଲ ଭାବେ ହୃଦୟଙ୍ଗମ କରିଛି, କିନ୍ତୁ ଏହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସମେତ ନାଗରିକମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ସମାନ ଭାବେ ଚିନ୍ତିତ।

ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିବ୍ରତ ହେବେ ନାହିଁ ବୋଲି ଏନଟିଏ ଆଶା କରୁଛି। ଅଧିକନ୍ତୁ, ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଏବଂ ପାଠପଢ଼ାରେ କୌଣସି ଶୂନ୍ୟସ୍ଥାନ ରହିଯାଇଥିଲେ ତା’କୁ ଦୂର କରିବା ନିମନ୍ତେ ଜଟିଳ ବିଷୟବସ୍ତୁ ଉପରେ ଅଧିକ ଦୃଷ୍ଟି ଦେବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ନିମନ୍ତେ ଅଭିଭାବକମାନଙ୍କୁ ଅନୁରୋଧ କରାଯାଉଛି । ଠିକ ସମୟରେ ସଦ୍ୟତମ ପରିବର୍ତ୍ତନ ସମ୍ପର୍କରେ ଏନଟିଏ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବ ।

ସଦ୍ୟତମ ସୂଚନା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସମ୍ପୃକ୍ତ ପରୀକ୍ଷାର ୱେବସାଇଟ୍ (ଗୁଡିକ) ଏବଂ www.nta.ac.in କୁ ନିୟମିତ ଦେଖିବା ଲାଗି ଅନୁରୋଧ କରାଯାଉଛି।

ପ୍ରାର୍ଥୀମାନେ ମଧ୍ୟ ଅଧିକ ସୂଚନା ପାଇଁ 8287471852, 8178359845, 9650173668, 9599676953, 8882356803 ନମ୍ବରରେ ଯୋଗାଯୋଗ କରିପାରିବେ ।

Comments are closed.