ଜାତୀୟ ସିନିୟର ରୋଇଂ ଚମ୍ପିଆନ୍‌ସିପ୍‌ : ୩ ସ୍ବର୍ଣ୍ଣ ସହ ଓଡ଼ିଶାକୁ ୮ ପଦକ

କଟକ : ହାଇଦରାବାଦ୍‌ର ହୁସେନ୍‌ ସାଗର ହ୍ରଦରେ ଗତ ୨ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୩୮ତମ ଜାତୀୟ ସିନିୟର ରୋଇଂ ଚମ୍ପିଆନ୍‌ସିପରେ ଓଡ଼ିଶା ଦଳକୁ ୩ ସ୍ବର୍ଣ୍ଣ ଓ ୫ ରୌପ୍ୟ ପଦକ ମିଳିଛି।
୫୦୦ ମିଟର ବିଭାଗର ମହିଳା ସିଙ୍ଗଲ୍‌ସ ସ୍କଲ୍‌ରେ ଓଡ଼ିଶାର ସଞ୍ଜୁକ୍ତା ଡୁଙ୍ଗୁଡୁଙ୍ଗ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କକ୍ସଲେସ୍‌ ପେୟାରରେ ପ୍ରମିଳା ପ୍ରଭା ମିଞ୍ଜ୍‌ ଓ ମଞ୍ଜୁଳା ଖେସ୍‌ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ମିକ୍ସଡ ପେୟାର ବିଭାଗରେ ସଞ୍ଜୁକ୍ତା ଡୁଙ୍ଗଡୁଙ୍ଗ ଓ କରଣବୀର ସିଂହ ସ୍ବର୍ଣ୍ଣ ଜିତିିଥିବା ବେଳେ ଡବଲ୍‌ ସ୍କଲ୍‌ରେ ସୋନାଲିକା ଦାସ ଓ ଖୁସ୍‌ପ୍ରୀତ କୌର୍‌ ବ୍ରାର୍‌ ରୌପ୍ୟ ପଦକ ଜିତିଥିଲେ। ୨୦୦୦ ମିଟର ବିଭାଗରେ ମହିଳା ସିଙ୍ଗଲ୍‌ସ ସ୍କଲ୍‌​‌େ​‌ର ସଞ୍ଜୁକ୍ତା ଡୁଙ୍ଗଡୁଙ୍ଗ ରୌପ୍ୟ ପଦକ ଜିତିଥିବା ବେଳେ ଡବଲ୍‌ ସ୍କଲ୍‌ରେ ସୋନାଲିକା ଦାସ ଓ ଖୁସପ୍ରୀତ୍‌ କୌର ବ୍ରାର୍‌ ରୌପ୍ୟ ପଦକ ଜିତିଥିଲେ। କକ୍ସଲେସ୍‌ ପେୟାର ବିଭାଗରେ ପ୍ରମିଳା ପ୍ରଭା ମିଞ୍ଜ୍‌ ଓ ମଞ୍ଜୁଳା ଖେସ୍‌ ରୌପ୍ୟ, କକ୍ସଲେସ୍ ୪ରେ ମନୀଷା କିସ୍‌ପୋଟା, ସବିତା ସୋରେଙ୍ଗ, କମଳା ଲାକ୍ରା ଓ ହାରୁର୍‌ ସିଦ୍ଧୁ ରୌପ୍ୟ ପଦକ ଜିତିଥିଲେ। ଖେଳାଳିଙ୍କ ସଫଳତାରେ ଓଡ଼ିଶା ରୋଇଂ ଆସୋସିଏସନ୍‌ ସଭାପତି ବିନୋଦ ଦାଶ ଓ ସାଧାରଣ ସମ୍ପାଦକ ଅମରଜ୍ୟୋତି ସିଂହଦେଓ ଖୁସି ବ୍ୟକ୍ତ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.