MEllora 950×100

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଡେସ୍କ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କ ସହ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ସମସ୍ତ ବିଜେତାଙ୍କୁ ସ୍ମରଣିକା ପ୍ରଦାନ କରିବା ସହ ସେମାନଙ୍କ ସହିତ ସଫଳତା ବିଷୟରେ ଆଲୋଚନା କରିଥିଲେ। ପିଲାମାନେ ତାଙ୍କୁ ସମୁଖୀନ ହେଉଥିବା ଆହ୍ୱାନ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ମାର୍ଗଦର୍ଶନ ଲୋଡିଥିଲେ ।

ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତାଙ୍କୁ ଛୋଟ ଛୋଟ ସମସ୍ୟାର ସମାଧାନ ଆରମ୍ଭ କରିବାକୁ, ଧୀରେ ଧୀରେ ଦକ୍ଷତା ବୃଦ୍ଧି କରିବାକୁ ଏବଂ ଜୀବନରେ ଆଗକୁ ବଢିବା ସହିତ ବଡ଼ ସମସ୍ୟାର ସମାଧାନ ପାଇଁ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ମାନସିକ ସ୍ୱାସ୍ଥ୍ୟ ଏବଂ ପିଲାମାନେ ସମୁଖୀନ ହେଉଥିବା ସମସ୍ୟା ବିଷୟରେ ସେ ଆଲୋଚନା କରିଥିଲେ ଏବଂ ସେ ଏହି ସମସ୍ୟାକୁ ଅନୁଧ୍ୟାନ କରିବାରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ପାରସ୍ପରିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନ୍ୟାନ୍ୟ ବିଷୟ ମଧ୍ୟରେ ଚେସ୍ ଖେଳିବାର ଲାଭ, କଳା ଏବଂ ସଂସ୍କୃତିକୁ ବୃତ୍ତି ଭାବରେ ଗ୍ରହଣ, ଗବେଷଣା ଏବଂ ନବସୃଜନ, ଆଧ୍ୟାତ୍ମିକତା ଆଦି ମଧ୍ୟ ଉଠାଯାଇଥିଲା ।

ସୂଚାନଯଜ୍ଞ, ନବସୃଜନ, ସାମାଜିକ ସେବା, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି ଏବଂ ସାହସିକତା କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇଁ ଚାଲି ବର୍ଷ ୧୧ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ସେହି ବିଜେତାମାନେ ହେଉଛନ୍ତି ଆଦିତ୍ୟ ସୁରେଶ, ଏମ ଗୌରଭି ରେଡ୍ଡୀ, ଶ୍ରେୟା ଭଟ୍ଟାଚାର୍ଯ୍ୟ, ସମ୍ଭବ ମିଶ୍ର, ରୋହନ ରାମଚନ୍ଦ୍ର ବହିର, ଆଦିତ୍ୟ ପ୍ରତାପ ସିଂହ ଚୌହାନ, ରିଷି ଶିବ ପ୍ରସନ୍ନ, ଅନୁଷ୍କା ଜଲି, ଅନନ୍ୟା ନାସିର, କୋଲଗଟଲା ଆଲାନା, ମୀନାକ୍ଷୀ ଏବଂ ଶୌରଭଜିତ୍ ରଞ୍ଜିତକୁମାର ଖାଏର।

Comments are closed.