ବ୍ଲକ କାର୍ଯ୍ୟାଳୟରେ ସରକାରୀ ଅଧିକାରୀଙ୍କୁ ନେତା ଆକ୍ରମଣ କରିଥିବା ଚର୍ଚ୍ଚା

ଠାକୁରମୁଣ୍ଡା -ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ସରକାରୀ ଅଧିକାରୀଙ୍କୁ ସରକାରୀ ଦଳର ନେତାଙ୍କ ଆକ୍ରମଣ ଅଭିଯୋଗ । ୧୪ ତାରିଖରେ ଘଟିଥିବା ଏହି ଘଟଣାକୁ ନେଇ ୨ ଦିନ ହେଲା ଚର୍ଚ୍ଚା ଚାଲିଛି ।

କାର୍ଯ୍ୟାଳୟ ଭିତରେ ଫାଇଲ୍‌ ନମିଳିବାକୁ ନେଇ ତୁମୁଳ କାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଜିପିଆଓଙ୍କୁ ଫାଇଲ୍‌ ବିଷୟରେ ପଚାରି ଚୌକି ଟେବୁଲ୍‌ ଏପଟ ସେପଟି କରିଥିଲେ । ଏହାପରେ ଜେଇ ଆସି ଏଥିରୁ ବାରଣ କରିବାକୁ ତାଙ୍କୁ ଠେଲାପେଲା କରାଯାଇଥିବା ଚର୍ଚ୍ଚା ଚାଲିଛି । ହେଲେ ସରକାରୀ ଦଳ ନେତା ହୋଇଥିବାରୁ ଥାନାରେ ଅଭିଯୋଗ ହୋଇ ନଥିବା ବିରୋଧି ଦଳର କିଛି କର୍ମୀ ଅଭିଯୋଗ କରିଛନ୍ତି । ମାତ୍ର ଜେଇ ଏବିଷୟରେ ବିଡିଓଙ୍କୁ ଲେଖି କରି ଜଣାଇଛନ୍ତି । ବିଡିଓ ଏ ବିଷୟରେ ଦୁଇ ପକ୍ଷଙ୍କୁ ସହ ଆଲୋଚନ କରିଥିବା ସୂଚନା ମିଳିଛି ।

Comments are closed.