ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆଇନ ସଚେତନତା ଶିବିର

ସୁଆ​‌ଣ୍ଡୋ:​‌ ପୁରୀ ଜିଲା ସାକ୍ଷୀଗୋପାଳ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଆଇନ ସେବା ପ୍ରାଧୀକରଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନିୟର ସିଭିଲ ଜଜ୍ ଓ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମରେଶ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ଅତିଥିମାନେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ କାର୍ୟ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା । ପ୍ରଫେସର କଳ୍ପନା କୁମାରୀ ମହାପାତ୍ର ବେଦପାଠ କରିଥିଲେ । ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରିନ୍ସପାଲ ରତିକାନ୍ତ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ତହସିଲଦାର ଜୟନ୍ତ କୁମାର ଜୟସିଂହ, ବିଡିଓ କ୍ଷିରୋଦ କୁମାର ବେହେରା, ଲୋକ ଅଦାଲତ ସଚିବ ପ୍ରକାଶ ଚନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଅଧ୍ୟାପକ ମନୋଜ କୁମାର ପରିଡା ସଂଯୋଜନା କରିଥିଲେ । ବିଦ୍ୟାର୍ଥୀମାନେ ଦେଶର ଆଇନ ସମ୍ପର୍କରେ ସଚେତନ ହେଲେ ସାଧାରଣ ଲୋକେ ଉପକାର ପାଇପାରିବେ ବୋଲି ଅତିଥିମାନେ ସଭାରେ ମତବ୍ୟକ୍ତ କରିଥିଲେ । ବଡ ବାବୁ କେ ପତି ଧନ୍ୟବାଦ ଦେଇଥିଲେ । ଏନଏସଏସଓର ଛାତ୍ରମାନେ ସହଯୋଗ କରିଥିଲେ ।

Comments are closed.