ଓଡ଼ିଶା ଅଭିଭାବକ ମହାସଂଘର ଜାତୀୟ ଶିକ୍ଷାନୀତି – ୨୦୧୯ କର୍ମଶାଳା ଉଦ୍‍ଯାପିତ

ଭାରତ ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଜାତୀୟ ଶିକ୍ଷାନୀତି ୨୦୧୯ର ଚିଠା ପ୍ରସ୍ତାବକୁ ନେଇ ଚାଲିଥିବା ୨ ଦିନିଆ କର୍ମଶାଳା ବୁଧବାର ଉଦ୍‍ଯାପିତ ହୋଇଯାଇଛି। ପ୍ରକାଶ ଥାଉକି, କେନ୍ଦ୍‍ର ସରକାର ଜାତୀୟ ଶିୀକ୍ଷାନୀତି ୨୦୧୯ ଆଣିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ସଂକ୍ରାନ୍ତରେ ଶିକ୍ଷାବିତ୍‍ କେ କସ୍ତୁରୀ ରଞ୍ଜନଙ୍କ ନେତୃତରେ କମିଟି ଦେଇଥିବା ୪୮୪ପୃଷ୍ଠା ସମ୍ବଳିତ ଦସ୍ତାବିିଜରେ ନିଜର ମତାମତ ପ୍ରଦାନ କରିବା ପାଇଁ ଭାରତ ସରାକାର ଜନସାଧାରଣଙ୍କ ମତାମତ ଆହ୍ୱାନ କରିଛନ୍ତି। ଶିକ୍ଷା ସମ୍ବଳିତ ସମସ୍ତ କାର୍ଯ୍ୟକ୍ରମରେ ଯତ୍ନବାନ ଥିବା ଓଡ଼ିଆ ଅଭିଭାବକ ମହାସଂଘ ଏହି ପରିିପ୍ରେକ୍ଷିରେ ୨ଦିନିଆ କର୍ମଶାଳାର ଆୟୋଜନ କରିଥିଲେ। ଏହି କର୍ମଶାଳାରେ ଶିକ୍ଷାବିତ୍‍, ଶିକ୍ଷାନୁଷ୍ଠାନ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ, ଶିକ୍ଷାପ୍ରଶାସନ ଏବଂ ଶିକ୍ଷାମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ନିଜ ନିଜର ମତାମତ ବ୍ୟକ୍ତ କରିଥିଲେ। ସମସ୍ତ ମତାମତକୁ ଏକ ଦସ୍ତାବିଜ୍‍ ଆକାରରେ ପ୍ରସ୍ତୁତ କରାଯାଇ ଆସନ୍ତା ଦିନରେ ଭାରତ ସରକାରଭ୍‍କ ମାନ୍ୟବର ମାନବ ସମ୍ବଳ ବିକାଶ ବିଭାଗ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଓ ଗବେଷଣା ସହିତ ତଦାରଖ ଓ ପରିଚାଳନା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବାପାଇଁ ଅଧିକାଂଶ ମତ ଦେଇଥିଲେ। ଅସମାନତା ଦୂରପାଇଁ ଏକପ୍ରକାର ଶିକ୍ଷକ ନିଯୁକ୍ତି ଓ ସମାନତା ରକ୍ଷା କରିବା ପାଇଁ ଅଧିକାଂଶ ଶିକ୍ଷାବିତ୍‍ ମତପ୍‍ରଦାନ କରିଥିଲେ। ପ୍ରାରମ୍ଭିକ ସୂଚନା ଏବଂ ବିଭିନ୍ନ ପ୍ରଶ୍ନର ଉତ୍ତର କାର୍ଯ୍ୟକ୍ରମକୁ ଅଭିଭାବକ ମହାସଂଘର ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟ ପରିଚାଳନା କରୁଥିବାବେଳେ ପ୍ରଥମ ଅଧିବେଶନରେ ଅନିଲ ପ୍ରଧାନ(ଆର.ଟି.ଇ) ଶିକ୍ଷା ଅଧିକାର ଆଇନ୍‍ ଉପରେ ଆଲୋକପାତ କରିଥିଲେ। ଆର.ଡ଼ି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷା ଡ଼. ବାଣୀଶେନ୍‍ ଗୁପ୍ତା ଭାରତୀୟ ଭାଷା ଓ ମାତୃ ଭାଷା ବିଷୟ ଉପରେ ଆଲୋଚନା କରିଥିଲେ। ୨ୟ ଅଧିବେଶନରେ ସି.ୱାଇ. ଏସ୍‍.ଡିର ବସନ୍ତ ନାୟକ ଶିକ୍ଷା ଓ ଅର୍ଥ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ। ଭୂମୋହନ ପଟ୍ଟନାୟକ ଘରୋଇ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିବାବେଳେ ନୃସିଂହ ସାହୁ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷପ ଉପରେ ଆଲୋକପାତ କରିଥିଲେ। ରଘୁନାଥ ମଣ୍ଡଳ ଶିକ୍ଷା ଖସଡ଼ା ଉପରେ ଆଲୋକପାତ କରିଥିବାବେଳେ ସ୍ମୃତି ରଞ୍ଜନ ଜେନା ଭିନ୍ନକ୍ଷମ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ସେହିଭଳି ଶିକ୍ଷକ ନେତା ଗୋଲକ ନାୟକ ଉଚ୍ଚଶିକ୍ଷା ବିଷୟରେ ଆଲୋଚନା କରିଥିବାବେଳେ ଡ଼. ଗଗନ ବେଉରା ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ଇଂ ଲଳିତ ମୋହନ ପଟ୍‍ଟନାୟକ ଓ ଭାଷାରାଣୀ ବେହେରା ଶିକ୍ଷାକୁ ସୁଚାରରୂପେ ପରିଚାଳନା କରିବା ପାଇଁ ଉତ୍ସାହିତ କରିଥିଲେ। ଉଦ୍‍ଯାପନ ଉତ୍ସବରେ ପ୍ରଫେସର ବିନାୟକ ରଥ ଯୋଗଦେଇ ଅଧିକରୁ ଅଧିକ ସମୟ ମାଗିବା ସହିତ ଏହାର ସକରାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ।
ଓଡ଼ିଏମର ଅଧ୍ୟକ୍ଷ ସତ୍ୟବ୍ରତ, ମୀନକେତନ, ଘରୋଇ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ବେଳେ ଅଭିଭାଭବମାନଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଦୁଇ ଦିନ କର୍ମଶାଳାର ସମ୍ପୂର୍ଣ୍ଣ ବିବରଣୀ ଲକ୍ଷୀକାନ୍ତ ପାଇକରାୟ ଉପସ୍ଥାପନ କରିଥିବାବେଳ ମହରାସଂଘର ଉପଦେଷ୍ଟା ମନୋଜ ଜେନା ସରକାରଙ୍କ ନୀତି ନିୟମକୁ ତୀବ୍ର ସମାଲୋଚନା କରିଥିବାବେଳେ ଶିକ୍ଷା ବଜେଟକୁ କେନ୍ଦ୍ର ସରକାରଙ୍କ ଅଧିକ ବଢାଇବା ପାଇଁ ଦୃଢ ଦାବି କରିଥିଲେ। ଅଶୋକ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିବାବେଳ ଲିଲି ଜେନାମଣୀ ଦୁଇ ଦିନିଆ କର୍ମଶାଳାକୁ ସୁଚାରରୂପେ ପରିଚାଳନା କରିଥିଲେ।
ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଅଧିବେଶନକୁ ମାର୍ଗଦର୍ଶନ ବେଳେ ସାମନ୍ତରାୟ, ସତ୍ୟବ୍ରତ ପରିଡ଼ା, ଅତିଥିମାନଙ୍କୁ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ଶିଶିର ସାହୁ ଦୁଇ ଦିନିଆ କର୍ମଶାଳାକୁ ଲିପିବଦ୍ଧ କରିବା ସହ ଶ୍ରୀ ସ୍ୱପ୍ନେନ୍ଦ୍ର ସାମନ୍ତରାୟ, ଶ୍ରୀ ନନ୍ଦକିଶୋର ମଲ୍ଲିକ, ମୀନତୀ ଖୁଣ୍ଟିଆ, ଶୁଭଦୀପା ମହାନ୍ତି, ଦେବାଶିଷ ବସନ୍ତିଅ, ମନୋରଞ୍ଜନ ପଣ୍ଡା ଅମିତ୍‍ ସିଂହ, ଚିତ୍ତରଞ୍ଜନ ମହାପାତ୍ର, ପ୍ରଶାନ୍ତ ହରିଚନ୍ଦନ, ରଶ୍ମି ରଞ୍ଜନ କାନୁନ୍‍ଗୋ, ହଟକେଶ୍ୱର ସେନାପତି, ବିଜୟ କେତନ ନନ୍ଦ, ଅମିତ୍‍ ସିଂହ, ଆଲୋକ ପଟ୍ଟନାୟକ, ଚତ୍ରିକା ତ୍ରିପାଠୀ ପ୍ରମୁଖ ୨ ଦିନିଆ କର୍ମଶାଳାକୁ ତଦାରଖ କରି ସଫଳ କରାଇଥିଲେ।

Comments are closed.