କୋଭିଡ୍‍ ଆରୋଗ୍ୟ ହାର ୯୫.୭୭ : ମୃତ୍ୟୁହାର ୧.୪୫ %

ନୂଆଦିଲ୍ଳୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୫.୭୭ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ମୋଟ୍‍ ୯୭ ଲକ୍ଷ ୧୭ ହଜାର ୮୩୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୪ ହଜାର ୬୬୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କଠାରୁ ୩୪ ଗୁଣ ଅଧିକ ରହିଛି।

ସେହିପରି ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇ ୨ .୭୮ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ
ଦେଶରେ  ଚିକିତ୍ସାଧୀନ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨ ହଜାର ହ୍ରାସ ପାଇ ଏବେ ଏହା ୨ ଲକ୍ଷ ୮୧ ହଜାର ରହିଛି। ଦୈନିକ ଚିହ୍ନଟ ହେଉଥିବା ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୫ ହଜାରରୁ ନିମ୍ନରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୩ ହଜାର ୬୭ଜଣ ନୂଆ
ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାର ୮୪୫କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗୋଟିଏ ଦିନରେ ୩୩୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ କରୋନା ଜନିତ ମୃତ୍ୟୁହାର ୧.୪୫ ପ୍ରତିଶତ ରହିଛି।
ସେହିପରି ଦେଶରେ ଗୋଟିଏ ଦିନରେ ୯ ଲକ୍ଷ ୯୭ ହଜାର ୩୯୬ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ
୧୬ କୋଟି ୬୩ ଲକ୍ଷ ୫ ହଜାର ୭୬୨ଟି ନମୂନା ପରୀକ୍ଷା କରାଯାଇଛି। ଗତ ଜାନୁୟାରୀରେ ଦେଶରେ କେବଳ ଗୋଟିଏ ମାତ୍ର ପରୀକ୍ଷାଗାର ଥିବାବେଳେ ବର୍ତ୍ତମାନ ଏହା ୨ ହଜାର ୨୮୧କୁ ବୃଦ୍ଧି ପାଇଛି। ତନ୍ମଧ୍ୟରେ ୧ ହଜାର ୨୦୦ଟି ସରକାରୀ ଏବଂ ୧ ହଜାର ୮୧ଟି ବେସରକାରୀ ପରୀକ୍ଷାଗାର ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

Comments are closed.