କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡ଼ି.କେ.ଶିବକୁମାର ଓ ତାଙ୍କ ଭାଇ ଡ଼ି.କେ.ସୁରେଶଙ୍କ ଘରେ ଚାଲିଛି ସିବିଆଇ ଚଢ଼ଉ। ବେଙ୍ଗାଲୁରୁ, ଦୋଦଲାହାଲ୍ଲି, କନକପୁରା, ସଦାଶିବନଗର ସମେତ ବିିଭିନ୍ନ ୧୫ସ୍ଥାନରେ ଚାଲିଛି ଚଢ଼ଉ। ବିମୁଦ୍ରିକରଣ ପରଠାରୁ ଡ଼ି.କେ.ଶିବକୁମାର ଅନୁସନ୍ଧାନକାରୀ ସଂସ୍ଥା ନଜରରେ ରହିଛନ୍ତି ।

ଗତ ୨୦୧୭ ମସିହାରେ ଆୟକର ବିଭାଗ ଶିବକୁମାରଙ୍କ ଘର ଚଢ଼ଉ ସମୟରେ ନଗଦ ୮.୫୯ କୋଟି ଟଙ୍କା ଜବତ ହୋଇଥିଲା । ଶିବକୁମାରଙ୍କୁ ହାୱାଲା କାରବାର ଏବଂ ଟିକସ ଫାଙ୍କିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି।

Comments are closed.