ଜୟନ୍ତୀ ଅବସରରେ କ୍ରାନ୍ତିକାରୀ ସହିଦ୍‍ ଉଦ୍ଧାମ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଆଜି  ମହାନ୍‍ କ୍ରାନ୍ତିକାରୀ ସହିଦ୍‍ ଉଦ୍ଧାମ ସିଂହଙ୍କ ୧୨୦ତମ ଜୟନ୍ତୀ । ଏହି ଅବସରରେ କୃତଜ୍ଞ ରାଷ୍ଟ୍ର ତାଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ୧୮୯୯ ମସିହା ଆଜିର ଦିନରେ ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ୧୯୧୯ ମସିହା ଏପ୍ରିଲ ୧୩ ତାରିଖ ବିଷୁବ ସଂକ୍ରାନ୍ତି ଦିନ ଉଦ୍ଧାମ ସିଂହ ଅମୃତସରର ଜାଲିଆଁଲାୱାଗରେ ଘଟିଥିବା ଗଣହତ୍ୟା ଘଟଣାର
ସାକ୍ଷୀ ଥିଲେ । ସେତେବେଳକୁ ତାଙ୍କ ୨୦ ବର୍ଷ ବୟସ ହୋଇଥିଲା। ଜାଲିଆଁଲାୱାଗରେ ଗଣହତ୍ୟା ଘଟଣାର ପ୍ରତିଶୋଧ ନେବା ପାଇଁ ସେ ଶପଥ ନେଇଥିଲେ। ଉଦ୍ଧାମ ସିଂହ ୧୯୪୦ ମସିହା ମାର୍ଚ୍ଚ ମାସରେ ଜେନେରାଲ ଓ. ଡାୟାରଙ୍କୁ ହତ୍ୟା କରିଥିଲେ। ବ୍ରିଟିଶ ସରକାର ତାଙ୍କୁ ଲଣ୍ଡନରେ ଫାଶୀ ଦେଇଥିଲେ।

Comments are closed.