କରୋନା ଚିକିତ୍ସା ପାଇଁ ‘ନାଜାଲ୍‌ ସ୍ପ୍ରେ’

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତ ପ୍ରାପ୍ତବୟସ୍କଙ୍କ ଚିକିତ୍ସା ନିମନ୍ତେ ଭାରତରେ ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’ (ଫେବିସ୍ପ୍ରେ) ବ୍ୟବହାରର ଶୁଭାରମ୍ଭ ହୋଇଛି । ‘ସାନୋଟାଇଜ୍‌’ ସହଭାଗିତାରେ ଔଷଧ କମ୍ପାନୀ ‘ଗ୍ଲେନ୍‌ମାର୍କ’ ଦ୍ବାରା ପ୍ରସ୍ତୁତ ‘ଫେବିସ୍ପ୍ରେ’କୁ ଭାରତୀୟ ଭେଷଜ ନିୟନ୍ତ୍ରଣ ମହାନିର୍ଦେଶାଳୟ (ଡିଜିସିଆଇ) ଅନୁମୋଦନ ପ୍ରଦାନ କରିଛି । ଏହି ଔଷଧକୁ ନାକରେ ‘ସ୍ପ୍ରେ’ କରାଯାଉଛି । ଭାରତରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ଏହା ନିରାପଦ ଏବଂ ୨୪ ଘଣ୍ଟାରେ ୯୪ ରୁ୯୯ ପ୍ରତିଶତ ଭୂତାଣୁ ନାଶ  କରୁଥିବା ଜଣାପଡ଼ିଛି । ଅପରପକ୍ଷରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତା ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ, ବୁଧବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ଦେଶରେ ୧୨୧୭ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.