ଭାରତରେ ନିର୍ମାଣ ହେବ ନାସାର କୋଭିଡ୍‌-୧୯ ଭେଣ୍ଟିଲେଟର

ନୂଆଦିଲ୍ଳୀ : ନାସା ପାଇଁ ପ୍ରସ୍ତୁତ ହେବ କୋଭିଡ୍‌-୧୯ ଭେଣ୍ଟିଲେଟର । ଆଉ ଏହି ଭେଣ୍ଟିଲେଟରର ନିର୍ମାଣ କରାଯିବ ଭାରତରେ । ତିନି ଭାରତୀୟ କମ୍ପାନୀଙ୍କୁ ଏଥିପାଇଁ ମିଳିଛି ଲାଇସେନ୍ସ । ଏହି ତିନି ଭାରତୀୟ କମ୍ପାନୀ ହେଉଛି ଭାରତ ଫର୍ଜ ଲିମିଟେଡ୍‌, ଆଲଫା ଡିଜାଇନ୍‌ ଟେକ୍ନୋଲୋଜିଜ୍‌ ପ୍ରାଇଭେଟ୍‌ ଲିମିଟେ​‌ଟଡ୍‌ ଏବଂ ମେଧା ସର୍ଭୋ ଡ୍ରାଇଭ୍ସ ପ୍ରାଇଭେଟ୍‌ ଲିମି​ଟେଡ୍ । ତିନି ଭାରତୀୟ କମ୍ପାନୀଙ୍କ ବ୍ୟତୀତ ଅନ୍ୟ ରାଷ୍ଟ୍ରର ଆଉ ୧୮ କମ୍ପାନୀଙ୍କୁ ମଧ୍ୟ ଭେଣ୍ଟିଲେଟର ପାଇଁ ଏହି ଅର୍ଡର ମିଳିଛି । ଅଧିକ ଗୁରୁତର ଥିବା କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପାରମ୍ପରିକ ଭେଣ୍ଟିଲେଟର ତୁଳନାରେ ଏହି ଭେଣ୍ଟିଲେଟର ବେଶ ଉପ​ଯୋଗୀ ।

Comments are closed.