୯ ବର୍ଷ ପରେ ମେ’ ୨୭ରେ ମହାକାଶକୁ ଯିବ ସ୍ପେସ – ଏକ୍ସ, ନାସା ପ୍ରସ୍ତୁତ

ସମାଜ ପୋର୍ଟାଲ ଡେସ୍କ: ଦୀର୍ଘ ୯ ବର୍ଷ ପରେ ଆମେରିକୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଦୁଇ ଜଣ ମହାକାଶଚାରୀଙ୍କୁ ନେଇ ମହାକାଶକୁ ଯିବ ସ୍ପେସ – ଏକ୍ସ ମହାକାଶ ଯାନ। ଏ ନେଇ ନାସା ପକ୍ଷରୁ ଏହି ପ୍ରକଳ୍ପକୁ ସବୁଜ ସଂକେତ ଦିଆଯାଇଥିବା ଜଣାପଡିଛି। ନାସା କହିଛି ଯେ ସ୍ପେସ୍ ଏକ୍ସରେ ଦୁଇ ଜଣ ମହାକାଶଚାରୀ ଆସନ୍ତା ସପ୍ତାହରେ ମହାକାଶ ଯାତ୍ରା କରିବେ।

ଆମେରିକାର ସ୍ପେସ୍ ଏଜେନ୍ସି ଏବଂ ଏଲୋନ୍ ମସ୍କ କମ୍ପାନୀର ବରିଷ୍ଠ ଅଧିକାରୀମାନେ ମେ’ ୨୭ ମିଶନ ସଫଳ ହେବ ନେଇ ଆଶାବାଦୀ ଥିବାବେଳେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରେ ଗୁରୁବାର ଚୂଡ଼ାନ୍ତ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି। ନାସା ପକ୍ଷରୁ ଟ୍ୱିଟ କରାଯାଇଛି ଯେ ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି ଓ ତାହା ଉଡାନା ପାଇଁ ପ୍ରସ୍ତୁତ ରହିଛି।

Comments are closed.