କଂଗ୍ରେସ ବିଦ୍ୟାଳୟରେ କେବଳ ଗାନ୍ଧୀ ପରିବାରର ପିଲା ଟପ୍ କରନ୍ତି : ନରୋତ୍ତମ ମିଶ୍ର

ନୂଆଦିଲ୍ଲୀ : କିଏ ଧରିବ କଂଗ୍ରେସ ମଙ୍ଗ? ସୋନିଆଙ୍କ ପରେ କାହାର ନେତୃତ୍ୱରେ ପୁଣି ଠିଆ ହେବ କଂଗ୍ରେସ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ। କଂଗ୍ରେସରେ ନେତୃତ୍ୱକୁ ନେଇ ଦଳ ମଧ୍ୟରେ ବିତର୍କ ଚାଲିଛି। ଏହି ସମୟରେ ଦଳର ସଭାପତି ଚୟନ ପାଇଁ ସୋମବାର କଂଗ୍ରେସ କାର୍ଯ୍ୟ କମିଟି ବୈଠକ କରୁଛି। ଏଥି ସହିତ କଂଗ୍ରେସ ସଭାପତି ପଦବୀକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ତଥା ବିଜେପି ନେତା ନରୋତ୍ତମ ମିଶ୍ର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ଏପରି ଏକ ବିଦ୍ୟାଳୟ ଯେଉଁଠାରେ କେବଳ ଗାନ୍ଧୀ ପରିବାରର ପିଲା ଶୀର୍ଷରେ ରୁହନ୍ତି।
କଂଗ୍ରେସକୁ ଟାର୍ଗେଟ କରି ନରୋତ୍ତମ ମିଶ୍ର କହିଛନ୍ତି, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରର୍ବଟ ଭଦ୍ରାଙ୍କ ପରି କଂଗ୍ରେସରେ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି (ଦଳର ମୁଖ୍ୟ ପଦ ପାଇଁ)। କଂଗ୍ରେସର ସଦସ୍ୟମାନେ ବୁଝିବା ଉଚିତ୍ ଯେ କଂଗ୍ରେସ ଏକ ବିଦ୍ୟାଳୟ ଯେଉଁଠାରେ କେବଳ ପ୍ରଧାନ ଶିକ୍ଷକଙ୍କ ପିଲା ଶ୍ରେଣୀରେ ଟପ୍ କରିଥାନ୍ତି।

ଉଲ୍ଲେଖ ଯୋଗ୍ୟ, ଆଜି ବସିବ କଂଗ୍ରେସ ୱାର୍କିଂ କମିଟିର ବୈଠକ। ତେବେ ଏହି ବୈଠକ ପୂର୍ବରୁ ଦଳର ନେତୃତ୍ୱକୁ ନେଇ କଂଗ୍ରେସ ଦଳରେ ହଲଚଲ ସୃଷ୍ଟି ହୋଇଛି। ଏପରିକି ଦଳର ଅନ୍ତରୀଣ ଅଧ୍ୟକ୍ଷା ପଦ ଛାଡ଼ି ପାରନ୍ତି ସୋନିଆ। କୁହାଯାଉଛି ନେତୃତ୍ୱ ପରିବର୍ତ୍ତନ ପାଇଁ ଆଜିର ବୈଠକରେ ବିଶେଷ ଆଲୋଚନା ହୋଇପାରେ।

Comments are closed.