ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ୍‌ ପଞ୍ଚାୟତ ୭ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ନର୍ଲା: ପ୍ରତିଦିନ ନର୍ଲା ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ନର୍ଲା ବ୍ଲକର ନର୍ଲା, ରୁପ୍ରାରୋଡ ଓ ଶାନ୍ତପୁର ପଞ୍ଚାୟତକୁ ୭ଦିନ ପାଇଁ  ସଟଡାଉନ ଘୋଷଣା କରାଯାଇଛି। ଦିନକୁଦିନ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ବଢିବାକୁ ଲାଗଥିବାକୁ ନେଇ ଏଇ ସତର୍କ ପଦକ୍ଷେପ ନେଇଛନ୍ତି ସରପଞ୍ଚ ଚିରଞ୍ଜିବୀ ଗୌଡିଆ,ଚିତ୍ତରଞ୍ଜନ ରଣା ଓ ଟିକେଧର ସାହୁ ଏବଂ ସେମାନଙ୍କ ପଞ୍ଚାୟତକୁ ୭ଦିନ ପାଇଁ ସଟ୍‌ଡାଉନ୍‌ କରାଯାଇଛି। ତେବେ ପରିସ୍ଥିତି ଭୟଙ୍କର ହେଉଥିବା ଅନୁମାନ କରି ସେମାନେ ସଟଡାଉନ ଘୋଷଣା କରିଥିବା ସେମାନେ ପ୍ରକାଶ କରିଛନ୍ତି। ତେବେ ଏହି ସମୟରେ ସମସ୍ତେ ସତର୍କ ରହିବାକୁ ସରପଞ୍ଚମାନେ ନିବେଦନ କରିଛନ୍ତି।

Comments are closed.