କରୋନାରେ ଆଖି ବୁଜିଲେ ସରପଞ୍ଚ

ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନିଶାନପରୁ ପଂଚାୟତର ସରପଞ୍ଚ ବରିଷ୍ଠ ନାଗରିକ,ବିଶିଷ୍ଟ ନେତା କ୍ଷମାରାଜ ରଣାଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି। ସୂଚନାନୁଯାୟୀ ସେ କରୋନାରେ ଆକ୍ରାନ୍ତ ହୋଇ ଗତ ୪ ଦିନ ସୁଦୂର ବଲାଙ୍ଗିରରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ପ୍ରଚେଷ୍ଠା ସତ୍ୱେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣାପଡିଥିଲା।
ଜଣେ ବରିଷ୍ଠ ନେତା ଭାବରେ ଅଂଚଳରେ ତାଙ୍କର ଗୁଣ ଗାରିମା ଥିବା ବେଳେ ସେ ଜଣେ ସ୍ପଷ୍ଟବାଦୀ,ମେଳାପୀ,ପରୋପକାରୀ,ଉଦାର ଚରିତ୍ରର ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ଜନିତ ଦୁଃଖଦ ଖବର ଜଣାପଡିବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ସରପଞ୍ଚ ସଂଘର ସଭାପତି ଚିରଞ୍ଜିବୀ ଗୌଡିଆ,ସଂପାଦକ ଚିତରଂଜନ ରଣା ନର୍ଲା ମାଟି ଆଜି ଏକ ବିଶିଷ୍ଟ ବ୍ୟକ୍ତିଙ୍କୁ ହରେଇଲା ବୋଲି ଶୋକ ପ୍ରକାଶ କରିଛନ୍ତି। ସେହିପରି ସମସ୍ତ ସରପଂଚ,ସମିତି ସଭ୍ୟ,ଅଧ୍ୟକ୍ଷା ମନୋରମା ମହାନ୍ତି,ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି,ନର୍ଲା ବିଡିଓ ଯୁଧିଷ୍ଠିର ନାଏକ,ଜିପିଓ କ୍ଷିତିଶ ଚନ୍ଦ୍ର ନାଏକ,ଜିଲ୍ଲା ବିଜେଡି ଉପ-ସଭାପତି ଚିତରଂଜନ ମଣ୍ଡଳ,ସମାଜସେବୀ ମନୋଜ କୁମାର ପଟ୍ଟନାୟକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ନର୍ଲା ମାଟିର ବିଭିନ୍ନ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

Comments are closed.