ରେତ ପ୍ରକଳ୍ପରୁ ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ୪ଟି ଗେଟ୍

ନର୍ଲା:ପ୍ରଥମ ଥର ପାଇଁ ରେତ ଜଳ ସେଚନ ପ୍ରକଳ୍ପରୁ ଆଜି ବନ୍ୟାଜଳ ନିଷ୍କାସନ କରାଯାଇଛି । ଏହି ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ଚଳିତ ବର୍ଷର ବର୍ଷାରେ ପ୍ରଥମଥର ବନ୍ୟାଜଳ ନିଷ୍କାସନ ପାଇଁ ୪ଟି ଗେଟ୍ ଖୋଲାଯାଇଛି । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଜୟ ଭୂଷଣ ମିଶ୍ର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗିରିଜା ମିଶ୍ର, ରେତ୍ ଜଳସେଚନ ପ୍ରକଳ୍ପ ପରିଚାଳନା କମିଟିର ସଭାନେତ୍ରୀ ଶ୍ରୀମତି ଚନ୍ଦ୍ରକାନ୍ତୀ ମେହେର, ସମ୍ପାଦକ ଶୂନ୍ୟ ମଙ୍ଗରାଜ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପ୍ରକଳ୍ପର ୪ଟି ଗେଟ୍ ଖୋଲାଯାଇଥିଲା । ଏହି ପ୍ରକଳ୍ପ ୬୪୩୮ହେକ୍ଟୋମିଟର ବିଶିଷ୍ଟ ହୋଇଥିବା ବେଳେ ଆଜି ସୁଦ୍ଧା ୪,୫୬୯୦ ହେକ୍ଟୋମିଟର ଜଳ ସଞ୍ଚିତ ରହିଛି । ବନ୍ୟା ଜଳରେ ଜଳସ୍ତର ବୃଦ୍ଧି ପାଉଥିବା ଆଶଙ୍କା କରି ଆଜି ଜଳ ନିଷ୍କାସନ କରାଯାଇଛି । ଉକ୍ତ ବନ୍ୟାଜଳ ରେତ୍ ନଦୀର ଛଡାଯାଇଛି ।

Comments are closed.