ନର୍ଲା ରେଞ୍ଜ ତରଫରୁ ବନମହୋତ୍ସବ ସପ୍ତାହ ପାଳିତ

ନର୍ଲା: କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅନ୍ତର୍ଗତ ପ୍ରାଣୀ ଚିକିତ୍ସାଳୟରେ ୭୩ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ମହତ୍ କାର୍ଯ୍ୟକ୍ରମରେ ନର୍ଲା ପ୍ରାଣୀ ଚିକିତ୍ସାଲୟ କର୍ମଚାରୀ ପ୍ରଶାନ୍ତ ନାଗ, ଯୁବନେତା ଦିପୁ ପାତ୍ର, ସମୀର ଚାନ୍ଦ, ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡର ରଜନୀକାନ୍ତ ଦାସ, ଡିଓ ପଦ୍ମଲୋଚନ ସେନାପତି, ବନରକ୍ଷୀ ସରିତା ପୁଝାରୀ, ମାନସ ରଞ୍ଜନ ସାହୁ ପ୍ରମୁଖ ପ୍ରାଣୀ ଚିକିତ୍ସାଳୟରେ ବିଭିନ୍ନ ପ୍ରଜାତିର ଗଛ ଲଗାଇଥିଲେ ଏବଂ ଗଛ ଲଗାଇବା ପାଇଁ ସମସ୍ତ ସାଧାରଣ ଜନତାକୁ ସନ୍ଦେଶ ଦେଇଥିଲେ।

Comments are closed.