କରୋନା: ସାଢ଼େ ୪ଟାରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ସାରା ଦେଶକୁ କାବୁ କରିବାକୁ ବସିଲାଣି ଓମିକ୍ରଣ ଭୂତାଣୁ । ବିଭିନ୍ନ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଦେଶରେ ୩ହଜାର ୬୨୩ ଓମିକ୍ରନ୍‍ ମାମଲା ଚିହ୍ନଟ ହେଲେଣି । ସ୍ଥିତିକୁ ନଜରରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ଅପରାହ୍ନ ସାଢେ ୪ଟାରେ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ମିଳିଛି । ଗତ ୪ ଦିନ ହେଲା ଦେଶରେ ଏକ ଲକ୍ଷ ଅତିକ୍ରମ କରୁଛି କରୋନା ମାମଲା । ଆଜି ଦେଶରେ ୧ଲକ୍ଷ ୯୫ହଜାର ୧୩୬ କରୋନା ମାମଲା ଚିହ୍ନଟ ହୋଇଛନ୍ତି । ସେହିପରି ୩୨୭ଜଣଙ୍କ ଜୀବନ ନେଇଛି କହାମାରୀ ।

Comments are closed.