ନାଓମି ଓସାକାଙ୍କୁ ୟୁଏସ୍‍ ଓପନ ଟେନିସ୍‍ ମହିଳା ସିଙ୍ଗିଲ୍ସ ଟାଇଟଲ

ନ୍ୟୁୟର୍କ : ଜାପାନର ନାଓମି ଓସାକା ୟୁଏସ୍‍ ଓପନ ଟେନିସ୍‍ ମହିଳା ସିଙ୍ଗିଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ରାତିରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସେ ବେଲାରୁଷ୍‍ର ଭିକ୍ଟୋରିଆ ଆଜାରିଙ୍କାଙ୍କୁ  ୧-୬, ୬-୩ ଓ ୬-୩ ସେଟରେ ପରାସ୍ତ କରି ଏହି ଟାଇଟଲ ସହ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ଆଜି ଜର୍ମାନୀର ଆଲେକଜାଣ୍ଡାର ଭେରେଭ୍‍ ଓ ଅଷ୍ଟ୍ରିଆର ଡୋମିନିକ୍‍ ଥେମ୍‍ଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରଥମ ସେମିଫାଇନାଲରେ ଡୋମିନିକ୍‍ ରୁଷ୍‍ର ଦାନିଲ୍‍ ମେଦ୍‍ଭେଦେଭ୍‍ଙ୍କୁ ୬-୨, ୭-୬ ଓ ୭-୬ରେ ପରାସ୍ତ କରି ଫାଇନାଲକୁ ଉଠିଥିବାବେଳେ ଆଲେ୍‍କଜାଣ୍ଡାର କାରେନୋ ବସ୍ତାଙ୍କୁ ୩-୬, ୨-୬, ୬-
୩, ୬-୪ ଓ ୬-୩ ସେଟ୍‍ରେ ହରାଇ ଚୂଡାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

Comments are closed.