ନନ୍ଦିଘୋଷ ଟିଭି ଲୋକାର୍ପିତ; ନୂଆ ଚ୍ୟାନେଲ ମାନବିକତାର ପରିଚାୟକ ହେଉ : ରାଜ୍ୟପାଳ

ଭୁବନେଶ୍ବର : ନୂଆ ୨୪ଘଣ୍ଟିଆ ଓଡିଆ ନ୍ୟୁଜ ଚ୍ୟାନେଲ ନନ୍ଦିେଘାଷ ଟିଭି ବୁଧବାର ଲୋକାର୍ପିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଲୋକାର୍ପିତ କରି କହିଥିଲେ ଯେ ହାତ ଲାଗୁ କି ନ ଲାଗୁ ନନ୍ଦିେଘାଷ ଗଡି ଚାଲିବ। ଅଧିକାଂଶ ବୈଦ୍ୟୁତିକ ଗଣମାଧ୍ୟମ ଗୋଟିଏ ନିର୍ଦିଷ୍ଟ ଗୋଷ୍ଠୀ ବା ଦଳର ନ ହୋଇ ସାର୍ବଜନୀନ ହେବା ଦରକାର। ହୁଂକାରକୁ ଓଁକାରରେ ପରିଣତ କରିବା, ନକାରାତ୍ମକ ଚିନ୍ତାଧାରାକୁ ସକାରାତ୍ମକରେ ପରିଣତ କରିବା ଏବଂ ମାନବିକତାର ପରିଚାୟକ ହେବାକୁ ରାଜ୍ୟପାଳ ଆହ୍ବାନ ଦେଇଥିଲେ।
ଚ୍ୟାନେଲ ମୁଖ୍ୟ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଜଗତସିଂହ ପଲୱାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଗଣମାଧ୍ୟମ ସମ୍ବିଧାନର ଏକ ସ୍ତମ୍ଭ ହୋଇ ରହିନାହିଁ ବରଂ ଏହା ଏକ ପ୍ରମୁଖ ଅଙ୍ଗ ପାଲଟି ଯାଇଛି। ଶାସନ ବ୍ୟବସ୍ଥା ମଧ୍ୟରେ ଏହା ମାର୍ଗଦର୍ଶକର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଶ୍ରୀ ପୂଜାରୀ କହିଥିଲେ। ପୂର୍ବରୁ ଖବରଟିଏ ଜାଣିବା ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା। ମାତ୍ର ଏେବ ଅଙ୍ଗୁଳି ଟିପରେ ସବୁକିଛି ମିଳିଯାଉଛି। ସାଧାରଣ ଲାକଟିଏ ଅସୁବିଧାର ସମ୍ମୁଖୀନ ହେଲେ ସରକାରୀ ଅଧିକାରୀଙ୍କ ପରିବର୍ତ୍ତେ ପ୍ରଥମେ ସେ ସାମ୍ବାଦିକଙ୍କ ପାଖକୁ ଯାଇଥାଏ। ଏଥିରୁ ସହଜରେ ଅନୁମାନ କରିହେଉଛି ଲୋକଙ୍କର ବିଶ୍ବାସ ଗଣମାଧ୍ୟମ ଉପରେ ଅଧିକ ରହିଛି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଯୋଗଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ମଜଭୁତ ହେବା ଦରକାର ବୋଲି କହିଥିଲେ । ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରୁ ବର୍ତ୍ତମାନ କିଛିଟା ଭୁଶୁଡିବାକୁ ବସିଲାଣି। ଏହାକୁ କେବଳ ଚତୁର୍ଥ ସ୍ତମ୍ଭ ହିଁ ସମ୍ଭାଳି ପାରିବ। ଗଣତନ୍ତ୍ରକୁ ବିପଦ ବେଳେ ଗଣମାଧ୍ୟମ ହିଁ ସାହାଯ୍ୟ କରି ଆସିଛି। ବିଜ୍ଞାପନ ପାଇଁ ନିଜର ସ୍ବାଭିମାନ କିମ୍ବା ନିଜକୁ ବିକ୍ରି ନ କରିବାକୁ ନୂତନ ଚ୍ୟାନେଲ କର୍ମକର୍ତ୍ତାଙ୍କୁ ଉପଦେଶ ଦେଇଥିଲେ।
ଅନ୍ୟତମ ଅତିଥି ଭାବେ ବିଧାନସଭାରେ ବିେରାଧୀ ଦଳ ନେତା ପ୍ରଦୀପ କୁମାର ନାୟକ ଚତୁର୍ଥ ସ୍ତମ୍ଭକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଆଜିକାର ଡିଜିଟାଲ ମିଡିଆରେ ମାତ୍ର ପ୍ରକୃତ ଖବର ପରିବର୍ତ୍ତେ ଗୁଜବ ଅଧିକ ପ୍ରଚାରିତ ହେଉଛି। ସାମ୍ବାଦିକର କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେବାକୁ ଯାଇ ସେ ଗୋପବନ୍ଧୁଙ୍କ ଉଦାହରଣ ଦେଇଥିଲେ। ନିଜେ ଉପାସରେ ରହି ଲୋକଙ୍କ ପାଇଁ ଆଣିଥିବା ରିଲିଫ ଚାଉଳକୁ ହାତ ଲଗାଉ ନ ଥିଲେ ବୋଲି କହିଥିଲେ।
ଚ୍ୟାନେଲ ମୁଖ୍ୟ ତଥା ସମ୍ପାଦକ ଶିଶିର ଭଟ୍ଟମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ େଯ ଗଣମାଧ୍ୟମ ନିଜ ଉଦ୍ୟମ ବଳରେ ନିଜର ସ୍ଥିତି ଜାହିର କରିଛି। ସାଧାରଣ ଜନତା ଏହାକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା େଦଇଛନ୍ତି। ଆଜିପର୍ଯ୍ୟନ୍ତ ସମ୍ବିଧାନରେ ଗଣମାଧ୍ୟମକୁ ଲିଖିତ ଭାବେ ଚତୁର୍ଥ ସ୍ତମ୍ଭର ମାନ୍ୟତା ପ୍ରଦାନ କରିନାହିଁ। ଆଜିକାର ପ୍ରତିେଯାଗିତାମୂଳକ ଯୁଗରେ ନନ୍ଦିେଘାଷ ଚ୍ୟାନେଲ କାହାର ପ୍ରତିଦ୍ବନ୍ଦ୍ବୀ େହବ ନାହିଁ। ଏହା ନିଜେ ନିଜର ପ୍ରତିଦ୍ବନ୍ଦ୍ବୀ େହବା ସହ ଟିଆରପି କିମ୍ବା ଜିଆରପି ଦୌଡରେ ସାମିଲ େହବ ନାହିଁ େବାଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଧାୟକ, ସାଂସଦ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ବରିଷ୍ଠ ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି େଯାଗ େଦଇଥିଲେ।

Comments are closed.