କରୋନା ଆତଙ୍କ : ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ନନ୍ଦନକାନନ ଓ ବଟାନୀକାଲ ଗାର୍ଡେନ

ଭୁବନେଶ୍ବର : ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ପାଇଁ ଆସନ୍ତାକାଲି ଅର୍ଥାତ ରବିବାର ଠାରୁ ଭୁବନେଶ୍ବର ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ବଟାନୀକାଲ ଗାର୍ଡେନ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ। ଶନିବାର ଏନେଇ ଘୋଷଣା କରିଛନ୍ତି ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ କୁମାର ଦାସ।

ସୂଚନାଯୋଗ୍ୟ ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ କରୋନା ପାଇଁ ସତର୍କତା ମୂଳକ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ଛୁଟି ଘୋଷଣା କରିଥିଲେ। ଏଥି ସହିତ ସିନେମା ହଲ୍, ସୁଇମିଂ ପୁଲ ଓ ଜିମ୍ ଆଦିକୁ ବନ୍ଦ ରଖିବା ପାଇଁ ନିର୍ଦେଶ ମଧ୍ୟ ଦେଇଥିଲେ।

Comments are closed.