ମାଛ ଜାଲରେ ଅଜଗର

ନନ୍ଦନକାନନ: ରାଜଧାନୀ ଉପକଣ୍ଠ ଟାଙ୍ଗିବନ୍ତ ଗ୍ରାମ ବୁଡୁନଈରେ ମାଛ ଧରୁଥିବାବେଳେ ଜାଲରେ ଏକ ଅଜଗର ସାପ ପଡିଥିଲା। ଭୁବନେଶ୍ବର ସିଟି ଫରେଷ୍ଟ କର୍ମଚାରୀମାନେ ଅଜଗରକୁ ଉଦ୍ଧାର କରି ମଙ୍ଗଳବାର ଚନ୍ଦକା ଜଙ୍ଗଲରେ ଛାଡିଛନ୍ତି। ମଙ୍ଗଳବାର ସକାଳେ ବରିମୁଣ୍ଡ ପଞ୍ଚାୟତ ଟାଙ୍ଗିବନ୍ତ ଗ୍ରାମର କିଛି ଯୁବକ ବୁଡୁନଈକୁ ମାଛ ଧରିବାକୁ ଯାଇଥିଲେ। ରାଜା ସାମଲ ନାମକ ଯୁବକଙ୍କ ଜାଲରେ ୭ଫୁଟ ଲମ୍ବର ଅଜଗର ସାପ ପଡିଥିଲା। ମାଛ ଧରାଳିମାନେ ସୁରକ୍ଷିତ ଭାବେ ସାପଟିକୁ ଗାଁକୁ ନେଇ ଆସିଥିଲେ। ଖବର ପାଇ ଭୁବନେଶ୍ବର ସିଟିଫରେଷ୍ଟ କର୍ମଚାରୀମାନେ ଅଜଗରକୁ ଉଦ୍ଧାର କରି ମଙ୍ଗଳବାର ଚନ୍ଦକା ଜଙ୍ଗଲରେ ଛାଡିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Comments are closed.