ନନ୍ଦନକାନନର ୮ ନୂଆ ଅତିଥି

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚଳିତ ବର୍ଷ ପଶୁପକ୍ଷୀ ଅଦଳ ବଦଳ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ମାସ ଦ୍ବିତୀୟ ପର୍ଯ୍ୟାୟରେ ନୂଆ ଅତିଥି ଆସିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟାରେ ନନ୍ଦନକାନନକୁ ୮ ନୂଆ ଅତିଥି ଆସିଛନ୍ତି। ଗତ ୧୩ ତାରିଖରେ ପ୍ରାଣୀ ଉଦ୍ୟାନର ଏକ ଟିମ୍‌ ଇନ୍ଦୋରସ୍ଥିତ କମଳା ନେହରୁ ପ୍ରାଣୀ ସଂଗ୍ରହାଳୟ ଯାଇ ସେଠାରୁ ୨ଟି ମାଈ (ଏସୀୟ) ସିଂହ, ୨ଟି ଧୂସର ଗଧିଆ, ୩ ଘଡ଼ିଆଳ କୁମ୍ଭୀର ଓ ଗୋଟିଏ ମାଈ କୋକିଶିଆଳି ନେଇ ରବିବାର ରାତିରେ ଏଠାରେ ପହଞ୍ଚିଛନ୍ତି। ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ୮ ଜନ୍ତୁଙ୍କୁ ବନ୍ୟପ୍ରାଣୀ ଚିକିତ୍ସାଳୟ କ୍ବାରେଣ୍ଟାଇନରେ ରଖାଯାଇଛି। ଏହି ଜନ୍ତୁ ଆସିବା ପରେ ପ୍ରତି ବଦଳରେ ନନ୍ଦନକାନନରୁ ୨ ଅଣ୍ଡିରା, ଗୋଟିଏ ମାଈକୁ ମିଶାଇ ୩ଟି ଘଡ଼ିଆଳ କୁମ୍ଭୀର, ଗୋଟିଏ ମାଈ ଧଳାବାଘ, ଅଣ୍ଡିରା କଳା ବାଘ, ୪ଟି ସିଲ୍‌ଭର ପିଜାଣ୍ଟ, ୪ ଗୋଲଡେନ ପିଜାଣ୍ଟ ଦେବାକୁ ହେବ ବୋଲି ନନ୍ଦନକାନନ ଉପ ନିର୍ଦେଶକ ବିମଳପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

Comments are closed.