ବୁଧବାରରୁ ନନ୍ଦନକାନନ ସିଂହ ସଫାରୀ ବନ୍ଦ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀ ୩ (ବୁଧବାର)ରୁ ୬ତାରିଖ(ଶନିବାର) ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ସିଂହ ସଫାରୀ ରାସ୍ତା ମରାମତି ପାଇଁ ଏହାକୁ ବନ୍ଦ ରଖାଯିବ। ତେବେ ୩ଟି ବାଘ, ଭାଲୁ ଓ ତୃଣଭୋଜି ସଫାରୀ ଖୋଲା ରହିବ। ଅପରପକ୍ଷେ ବନ୍ଦଥିବା ଶିଶୁ ରେଳଗାଡ଼ି ଆଉ ୪ ଦିନ ପରେ ଚଳାଚଳ କରିବ। ଏଥିନିମନ୍ତେ ମଙ୍ଗଳବାର ପ୍ରାଣୀ ଉଦ୍ୟାନ ଉପ ନିର୍ଦେଶକଙ୍କ କାର୍ଯ୍ୟାଳୟରେ କର୍ତ୍ତୃପକ୍ଷ ଶିଶୁ ରେଳଗାଡ଼ି ଚଳାଉଥିବା ରାଇର୍ଟ୍ସ ସଂସ୍ଥାର ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସଂସ୍ଥାର ଅନୁରୋଧକ୍ରମେ ଶିଶୁ ରେଳଗାଡ଼ିର ବୈଷୟିକ ସମସ୍ୟା ଓ ଟ୍ରାକ୍‌ର ତଦାରଖ ପାଇଁ ଅଧିକ ୪ଦିନ ସମୟ ନିଆଯାଇଥିବାନନ୍ଦନକାନନ ଉପ-ନିର୍ଦେଶକ ଡ.ସଞ୍ଜିତ କୁମାର କହିଛନ୍ତି।

Comments are closed.