ନାଗପୁର ପୁଲିସ ମହିଳାମାନଙ୍କ ପାଇଁ ଆରମ୍ଭକଲା ନିଶ୍ଳୁକ ବାହନ ସେବା

ମହାରାଷ୍ଟ୍ର : ନାଗପୁର ପୁଲିସ ଏକ ନିଶ୍ଳୁକ ବାହନ ସେବା ବୁଧବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଯେଉଁ ମହିଳାମାନେ ଘରକୁ ଫେରି ନ ପାରି ସହରର ବିଭିନ୍ନ ସ୍ଥାନରେ ଏକୁଟିଆ ରହିଯାଇଥିବେ ସେମାନଙ୍କୁ ସୁରକ୍ଷିତ ଓ ନିରାପଦ ଭାବେ ଘରେ ଛାଡି ଦିଆଯିବ। ନାଗପୁର ସିଟି ପୁଲିସ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ଏଥିପାଇଁ ପୁଲିସ ପକ୍ଷରୁ ୩ଟି ନମ୍ବର ୧୦୦ , ୧୦୯୧ କିମ୍ବା ୦୭୧୨୨୫୧୧୦୩ ଜାରି କରାଯାଇଛି। ଏହି ନମ୍ବରକୁ ଫୋନ କରି ପୁଲିସ କଣ୍ଟ୍ରୋଲରୁମକୁ ଜଣାଇଲେ ଗାଡ଼ି ଯାଗାଇ ଦିଆଯିବ। ନଚେତ ପିସିଆର ଗାଡ଼ି ଦ୍ବାରା ମହିଳାମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ଛାଡି ଦିଆଯିବ।

Comments are closed.