ଭବାନୀପାଟଣାରେ ନାଗାର୍ଜୁନ ବେଶରେ ମହାପ୍ରଭୁ

ଭବାନୀପାଟଣା :  କରୋନା କଟକଣା ଅନୁଯାୟୀ ବିନା ଭକ୍ତରେ ମହାପ୍ରଭୁଙ୍କ ଦୁଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ଶୁକ୍ରବାର ଦିନ ସକାଳୁ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ମାଣିକେଶ୍ୱରୀ ମନ୍ଦିର ମୂଖ୍ୟ ରାସ୍ତାରେ ଥିବା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କର ଚଳିତ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ଉତ୍ସବ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । ମହାପ୍ରଭୁ ରତ୍ନସିଂହାସନ ରେ ନାଗାର୍ଜୁନ ବେଶରେ ଦିବ୍ୟ ଆଭୂଷଣରେ ସଜାଇ ହୋଇଥିଲେ।ଅଳଙ୍କାର ସହ ନାଗାର୍ଜୁନ ବା ବୀର ବେଶରେ ବିରାଜ ମାନ ହୋଇଥିଲେ। ପୂଜକ ଓ ସେବକ ମାନେ ପ୍ରକାଶ କରିଥିଲେ ମହାପ୍ରଭୁ ଦିବ୍ୟ ବେଶରେ ସଜାଇ ବସିଛନ୍ତି ଅଥଚ ଭକ୍ତ ନଥିବାରୁ ଶ୍ରୀମୂଖ ମଳିନ ପଡିଯାଇଛି। କୋଭିଡ ଆଇନର ଡୋରିରେ ଆଜି ଭକ୍ତି ଭବାନର ଡୋରିକୁ ଅଟକାଇ ଦେଇଛି ।

Comments are closed.