ଦୁଃଖ ଦେଉଛି ନାଗାବଳୀ : ପାଦେପାଦେ ବିପଦ, ବାଜିଲାଗିଛି ଜୀବନ

ରାୟଗଡ଼ା ; ନାଗାବଳୀ ନଦୀ ରାୟଗଡ଼ା ଜିଲାର ପିତାମହଲ ପଞ୍ଚାୟତ ପାଇଁ ଦୁଃଖ ପାଲଟିଛି। ପୋଲ ନ ଥିବାରୁ ଏହି ପଞ୍ଚାୟତର କିଛି ଗ୍ରାମର ଲୋକେ ବିପଦସଙ୍କୁଳ ଭାବେ ଉଛୁଳା ନଦୀ ପାର ହେଉଛି। ପୋଲ ନିର୍ମାଣ ହୋଇ ପାରୁ ନ ଥିବାରୁ ଉମରବାଲି, ଟିକରକଣ୍ଟୁଆ, ଗୋସେଇଁକଣ୍ଟୁଆ, କୁସ୍କୁ, ବେଡିଲି ଆଦି ଗ୍ରାମର ଲୋକେ ଦୈନିକ ନଦୀ ପାର ହେଉଛନ୍ତି। ଗ୍ରାମର ଛୋଟ ପିଲା ମଧ୍ୟ ସ୍କୁଲ ଯିବା ପାଇଁ ନଦୀ ପାର ହୋଇଥାନ୍ତି। ସମସ୍ତ ସରକାରୀ ସୁବିଧା ପାଇବାକୁ ଗ୍ରାମର ଆବାଳ ବୃଦ୍ଧବନିତା ପଞ୍ଚାୟତ କିମ୍ବା ରାୟଗଡା ବ୍ଲକକୁ ଆସିବା ପାଇଁ ଏହି ନାଗାବଳୀ ନଦୀ ପାର ହେବାକୁ ପଡୁଛି।
କିଏ ନିଜ ସାଇକଲକୁ ମୁଣ୍ଡରେ ବୋହି ପାର ହେଉଥିବା ବେଳେ ଆଉ କିଏ ଛୋଟ ଛୁଆଙ୍କୁ କାନ୍ଧରେ ବୋହି ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି। ବର୍ଷା ଦିନେ ନଦୀରେ ବନ୍ୟା ପାଣି ଆସୁଥିବାରୁ ଗ୍ରାମବାସୀ ଜେମାଦେଇପେଣ୍ଠ ଓ ଶେକାଗୁଡା ଦେଇ ଯାତାୟାତ କରନ୍ତି। ଏହି ଯାତ୍ରା ଧନହାନୀ ପ୍ରାଣପୀଡା ଦେଉଛି। ନଦୀରେ ଡଙ୍ଗା ସୁବିଧା ନ ଥିବାରୁ ବାଧ୍ୟ ହୋଇ ୧୦ ଟଙ୍କାରେ ବସ୍ ଯୋଗେ ରାୟଗଡା ଯିବା ରାସ୍ତାକୁ ୫୦ରୁ ଅଧିକ ଟଙ୍କା ଦେଇ ଯିବାକୁ ପଡୁଛି। ଯାହା ଗରିବ ଆଦିବାସୀ ଲୋକଙ୍କ ପକ୍ଷେ ସମ୍ଭବ ହେଉନି। ଉମରବାଲି ଗ୍ରାମର ୱାର୍ଡମେମ୍ବର