‘ବଡ଼ଭାଇ’ ନଦୀୟ ବିହାରୀ ଆଉ ନାହାନ୍ତି

କଟକ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ତଥା ଆକାଶବାଣୀର ଅବସରପ୍ରାପ୍ତ ପ୍ରଯୋଜକ ନଦୀୟା ବିହାରୀ ମହାନ୍ତିଙ୍କ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ ନେଇ ତାଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି।

୨ ଦିନ ତଳେ ନଦୀୟା ବିହାରୀ ମହାନ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମଙ୍ଗଳାବାଗର ଏକ ଘରୋଇ ହସ୍‌ପିଟାଲ୍‌​‌େ​‌ର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଗତକାଲି ପୂର୍ବାହ୍ନ ୧୧ଟାରେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଅବନତି ଆସିଥିଲା ଏବଂ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।
୧୯୩୧ ମସିହାରେ ନଦୀୟା ବିହାରୀ ମହାନ୍ତି ଜନ୍ମ ଗ୍ରହଣ କରିଥିଲେ ନଦୀୟା ବିହାରୀ ମହାନ୍ତି। ଲୋକପ୍ରିୟ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାରର ‘ବଡ଼ଭାଇ’ ଭାବେ ଘରେ ଘରେ ପରିଚିତ ଥିଲେ ନଦୀୟା ବିହାରୀ ମହାନ୍ତି। ସେ ଥିଲେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ବ, ପାଠକ ମହଲରେ ଆଦୃତ ଓ ସୁପରିଚିତ। ସେ ୩୦ଖଣ୍ଡ ଶିଶୁ ପୁସ୍ତକ ରଚନା କରିଛନ୍ତି। ଶିଶୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ତାଙ୍କ ବିୟୋଗରେ ଆକାଶବାଣୀ, ଶ୍ରୋତା ମହଲ ତଥା ଶିଶୁ ସାହିତ୍ୟିକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Comments are closed.