ଆଠଗଡ଼ ଏନଏସିକୁ ୬୪ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଜିଲାପାଳ

ଆଠଗଡ଼ : କଟକ ଜିଲାର ଆଠଗଡ଼ ଏନଏସିକୁ ୬୪ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ। ମଙ୍ଗଳବାର ଦିନ ଦ୍ବିପ୍ରହର ୨ଟାରୁ ଜୁଲାଇ ୩ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ଼ ସହରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଆଠଗଡ଼ର ଏସଡିପିଓ ଓ ତାଙ୍କ ଡ୍ରାଇଭର କରୋନା ପଜିଟିଭ ଆସିବା ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ସୂଚନା ମିଳିଛି।

Comments are closed.