ନାବାର୍ଡର ସ୍ୱଚ୍ଛତା ଅଭିଯାନ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ରିଗଡୁଲ, ଘୁଗୁରପଲା ଠାରେ ନାବାର୍ଡ ବଲାଙ୍ଗିର ତଥା ଆଶା ଅନୁଷ୍ଠାନ ମିଳିତ ସହଯୋଗରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନାବାର୍ଡ ଡିଡିଏମ ଲକ୍ଷ୍ମଣ ସଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ, ସୁଖି ଗ୍ରାମ ବାର୍ତ୍ତା ପ୍ରଦାନ କରିଥିଲେ। ଗାଧୁଆଘର, ପାଇଖାନା ନୂତନ ଭାବରେ ନିର୍ମାଣ ବା ମରାମତି ନେଇ ବ୍ୟାଙ୍କର ସହାୟତା ନେବା ସହ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ ସମ୍ମାନୀତ ଅତିଥି ଷ୍ଟେଟବ୍ୟାଙ୍କର ଏଫଏଲସି ଓମପ୍ରକାଶ ମୁଣ୍ଡ ଉପଦେଶ ଦେଇଥିଲେ। ବ୍ୟାଙ୍କ ସହ ସଂଯୋଗ ସହ ବିମା, ଅଟଳ ପେନସନ ଯୋଜନା, ଜୀବନ ଜ୍ୟୋତି, ସୁକନ୍ୟା ଯୋଜନାରେ ସମସ୍ତ ପରିବାର ସାମିଲ ହେବାକୁ ଶ୍ରୀ ମୁଣ୍ଡ ପରାମର୍ଶ ଦେଇଥିଲେ। ଆଶା ସମ୍ପାଦକ ସଞ୍ଜିବ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ । କାର୍ଯ୍ୟକ୍ରମରେ ଆଶା ଜେଇ ଶ୍ରାବଣୀ ପ୍ରଧାନ, ଚୁଡାମଣୀ ମାଝୀ, ରୋହିତ ଝାଙ୍କର, ପୂଜା ପଣ୍ଡା, ଶଙ୍କର ସାହୁ, ଲିତେଶ ନାୟକ ତଥା ବିଭିନ୍ନ ମହିଳା ଗୋଷ୍ଠି ସଦସ୍ୟା, ଜଳବିଭାଜିକା କମିଟି ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ। ଶେଷରେ ପରମେଶ୍ୱର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.