ନକଲି ସୁନା ଇଟା ବ୍ୟବସାୟୀ ରାକେଟକୁ ଧରିବାରେ ସକ୍ଷମ ହେଲା ପାପଡାହାଣ୍ଡି ପୁଲିସ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ପୋଲିସ ଏକ ନକଲି ସୁନା ଇଟା ବ୍ୟବସାୟ କରୁଥିବା ଏକ ରାକେଟ ର ଛଅ ଜଣକୁ ଗିରଫ କରି ସେମାନଙ୍କ ଠାରୁ ୪କିଲୋ ୫୦୦ଗ୍ରାମ ର ନକଲି ଇଟା ଜବତ କରିଅଛି। ସୂଚନା ମୁତାବକ ଶୁକ୍ରବାର ଦିନ ମଇଦଲପୁର ଫାଣ୍ଡି ନିକଟରେ ପୁଲିସ ଯାନ ବାହାନ ଯାଞ୍ଚ ଚାଲିଥିବା ସମୟରେ ପୋଲିସ ଏକ କାର ଓଡି ୦୨ ୫୫୨୯ ସନ୍ଦେହ ଅବସ୍ଥାରେ ଯାଉଥିବା ଦେଖି କାରକୁ ଅଟକାଇ ଯାଞ୍ଚ କରିବାରୁ ସେହି ଗାଡି ଭିତରୁ ଏକ ନକଲି ସୁନା ଇଟା ଜବତ କରିଥିଲା। ଆସାମୀ ମାନେ ଜିଲାର କୌଣସି ବ୍ୟକ୍ତିଙ୍କୁ ଏହି ନକଲି ସୁନା ଇଟା ବ୍ୟବସାୟ କରିବାକୁ ଭୁବନେଶ୍ୱରରୁ ଆସୁଥିଲେ। ପୁଲିସ ସେମାନଙ୍କ ଠାରୁ ଗୋଟିଏ କାର, ୫ଟି ମୋବଇଲ, ୫ଟି ଏଟିଏମ, ୨ଟି ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୯୫୦ଟଙ୍କା ଜବତ କରିଛି। ଆସାମୀ ମାନେ ହେଲେ ସବ୍ୟସାଚୀ ମହାନ୍ତି, ବସନ୍ତ କୁମାର ହାତୀ, ଦିପକ ରାୟ, ପ୍ରଶାନ୍ତ କୁମାର ସାହୁ, ପ୍ରଦୀପ କୁମାର ଘଡେଇ ଓ ଦୀନେଶ ସାହୁ। ସେମାନଙ୍କ ନାମରେ କେସ ନଂ.୧୪୬/୨୧ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.