ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ସ୍କୁଲ ପରିସରରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ନବରଙ୍ଗପୁର ସହର ମହାଦେବ ସ୍କୁଲ ପରିସର ମଧ୍ୟରେ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ସ୍କୁଲ ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ଦେଖି ଘଟଣା ବାବଦରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ନବରଙ୍ଗପୁର ଟାଉନ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି।

ମୃତ ଯୁବକ ଜଣକ ନବରଙ୍ଗପୁର ସହର ଧୋବା ସାହିର ରଞ୍ଜିତ ନାୟକ ବୋଲି ଜଣାପଡିଛି। କୋରାପୁଟରୁ ଏକ ଅନୁସନ୍ଧାନୀ ଟିମ ଆସି ଘଟଣାର ତଦନ୍ତ କରୁଥିବା ବେଳେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ସୂଚନା ଦେଇଛନ୍ତି।

Comments are closed.