ଚୋରି ରାକେଟ ଠାବ, ୫ ଗିରଫ ଓ ଜଣେ କୋର୍ଟ ଚାଲାଣ

ନବରଙ୍ଗପୁର,ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଭିନ୍ନ ଜାଗାରେ ଚୋରି ହୋଇଥିବା ଜିନିଷକୁ ଉଦ୍ଧାର କରିବା ସହ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାପଡାହାଣ୍ଡି ଓ ଆଖପାଖ ଅଂଚଳରେ କିଛି ମାସ ହେବ ଛୋଟ ବଡ଼ ମିଶାଇ ୩/୪ଟି ଘରେ ଚୋର ପଶି ଚୋରି କରିବା ସହ ବିଭିନ୍ନ ଅଳଙ୍କାର, ଲ୍ୟାପଟପ, ମୋବାଇଲ ଏବଂ ଘରର ଆସବା ପତ୍ର ଚୋରି କରି ନେଇଥିବା ନେଇ ପାପଡାହାଣ୍ଡି ଥାନାରେ ଏତଲା ହୋଇଥିଲା। ଚୋରି ହେବାପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହିଥିବା ବେଳେ ପାପଡାହାଣ୍ଡି ପୋଲିସ ତରଫରୁ ପେଟ୍ରୋଲିଙ୍ଗକୁ କଡାକଡି କରିବା ସହ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନଙ୍କ ତତ୍ୱାବଧାନରେ ପାପଡାହାଣ୍ଡି ଥାନା ଅଧିକାରୀ ସୂବେନ୍ଧୁ ଶବରଙ୍କ ନେତୃତ୍ୱରେ ଥାନା ଇନ୍ସପେକ୍ଟର ଶିବଜି ପାଣ୍ଡେ ଏକ ପୋଲିସ ଟିମ ତିଆରି କରି ବିଭିନ୍ନ ଜାଗାରେ ଚଢ଼ାଉ କରି ଶେଷରେ ଏକ ଚୋର ରାକେଟକୁ ଧରିବାରେ ସଫଳ ହୋଇଥିଲେ। ପୋଲିସ ପକ୍ଷରୁ ଅଳ୍ପ ଡିନ ମଧ୍ୟରେ ଚୋରି କରିଥିବା ଚୋର ଦଳକୁ ଧରିବାରେ ସକ୍ଷମ ହୋଇଥିଲେ ଏବଂ ସମସ୍ତେ ଚୋରି ଜିନିଷ ଉଦ୍ଧାର କରି ଘର ମାଲିକକୁ ପୋଲିସ ଫେରାଇ ଦେଇଛନ୍ତି। ଏହି ଚୋରିର ମାଷ୍ଟର ମାଇଣ୍ଡ ପାପଡାହାଣ୍ଡି ର ଶ୍ରବଣ ହରିଜନ ଓରଫ ବୁଟି ହରିଜନକୁ ଗିରଫ କରି କେଶ ନଂ ୧୧୦,୧୧୩/୨୧ ସହ ଆଇପିଏସ ୪୫୭/୩୮୦ରେ ଏକ ମୋକଧମା ରୁଜୁ କରି କୋର୍ଟ ଚାଲାଣ କରିଅଛି। ଅଳ୍ପ ଡିନ ମଧ୍ୟରେ ଚୋର ଓ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ପୋଲିସକୁ ସାଧୁବାଦ ଜଣାଇଛନ୍ତି।

ଅନ୍ୟପକ୍ଷରେ ନବରଙ୍ଗପୁର ପୋଲିସ ବାଇକ ଚୋରି କରୁଥିବା ଏକ ରାକେଟକୁ ଧରିବାରେ ସକ୍ଷମ ହେବା ସହ ଚୋରି ହୋଇଥିବା ୫ଟି ବାଇକ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନବରଙ୍ଗପୁର ଏସପି ପୁରୁଷୋତମ ଦାସ ଙ୍କ ନିର୍ଦେଶରେ ଏସଡିପିଓ ନିହାର ରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନ ଏବଂ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ନେତୃତ୍ୱରେ ସବିନ୍ସପେକ୍ଟର ରାକେଶ ବେହେରାଙ୍କ ସହ ଏକ ଟିମ ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢାଉ କରି ଚୋରି ହୋଇଥିବା ୫ଟି ବାଇକ କୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ପାଞ୍ଚ ଜଣ ମଧ୍ୟରୁ ପାପଡାହାଣ୍ଡିର ସୁନୀଲ ହରିଜନ, ଉଦୟ ହରିଜନ, ମୁକେଶ ପାତ୍ର, ରାଜେଶ ନାୟକ ଏବଂ ଅନ୍ୟ ଜଣେ ପଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲିର କରନ ମାଝୀଙ୍କୁ ଗିରଫ କରିଥିବା ବେଳେ ଗିରଫମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି। ଗିରଫମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.