ନବରଙ୍ଗପୁର ଜିଲ୍ଲା ଚିକିତ୍ସ।ଳୟରେ ଶିଶୁଙ୍କ ପିସିଭି ଟୀକାକରଣ ଆରମ୍ଭ

ନବରଙ୍ଗପୁର: ଶିଶୁଙ୍କୁ ନିମୋକୋକାଲ୍ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେବ ନିମୋକୋକଲ୍ କୁଞ୍ଜୁଗେଟ୍ ଟିକା (ପିସିଭି) ଶିଶୁଙ୍କୁ ନିୟମିତ ଟୀକାକରଣ ବ୍ୟବସ୍ଥାରେ ଏହାକୁ ସାମିଲ କରାଯାଇ ଥିବାବେଳେ ବୁଧବାର ଠାରୁ ସାରା ରାଜ୍ୟରେ ଏହି ଟିକାକରଣ ଆରମ୍ଭ କରାଯାଇଛି। ରାଜ୍ୟସ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଶୁଭ ଅବସରରେ ନବରଙ୍ଗପୁର ଜିଲ୍ଲା ସଦରମହକୁମା ଚିକିତ୍ସାଳୟ ଠାରେ ବିଧାୟକ ସଦାଶିବ ପ୍ରଧାନି, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଶୋଭାରାଣୀ ମିଶ୍ରଙ୍କ ଉପସ୍ଥିତିରେ ଶିଶୁଙ୍କୁ ପିସିଭି ଟୀକାକରଣର ଶୁଭାରମ୍ଭ କରାଯାଇଥିଲା। ଏହି ଟିକାର ତିନୋଟି ଡୋଜ ଦିଆଯିବ।

ପ୍ରଥମ ଦେଢ଼ ମାସରେ, ଦ୍ଵିତୀୟ ସାଢ଼େ ତିନି ମାସରେ ଓ ତୃତୀୟ ନଅ ମାସରେ ଦିଆଯିବ। ଏହି ଟିକା ସାରା ଦେଶରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ବିନା ମୂଲ୍ୟରେ ଶିଶୁଙ୍କୁ ପ୍ରଦାନ କରାଯିବ। ନବରଙ୍ଗପୁର ଜିଲ୍ଲାର ସମସ୍ତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଏବଂ ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୩୪ ଜଣ ହିତାଧିକାରୀ (ଶିଶୁ)ଙ୍କୁ ପିସିଭି ଟିକା ପ୍ରଦାନ କରାଯାଇଛି। ଯେପରିକି ଜିଲ୍ଲାର କୌଣସି ଶିଶୁ ଏହି ଟିକା ନେବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାପାଇଁ ଜିଲ୍ଲା ଚିକତ୍ସାଧିକାରୀଙ୍କୁ ଜିଲ୍ଲାପାଳ ଡକ୍ଟର ମିଶ୍ର ପରାମର୍ଶ ଦେଇଥିଲେ।

Comments are closed.