ସତୁରୀ ବର୍ଷ ବୟସର ବୃଦ୍ଧା ଜଣେ ସଫଳ ଚାଷୀ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

ନବରଙ୍ଗପୁର: ସେ ଜଣେ ମହିଳା ହେଲେବି କୌଣସି ପୁରୁଷ ଠାରୁ କମ ନୁହନ୍ତି। ସେ ଜଣେ ସତୁରୀ ବର୍ଷ ବୟସର ବୃଦ୍ଧା କିନ୍ତୁ ତାଙ୍କ ପରିଶ୍ରମ ଆଗରେ ଯୁବକ ମାନେ ହାର ମାନନ୍ତି। ଯିଏ ନନ୍ଦାହାଣ୍ଡି ବ୍ଲକର ଜଣେ ଆଦର୍ଶ ମହିଳା ସାଙ୍ଗକୁ ସମାଜସେବୀ ମଧ୍ୟ। ପରିଣତ ବୟସରେ କୃଷି କ୍ଷେତ୍ରରେ ଦୃଢ଼ ଇଛାଶକ୍ତି ସାଙ୍ଗକୁ ତାଙ୍କର କଠିନ ପରିଶ୍ରମ ସମସ୍ତଙ୍କୁ ଚକିତ କରିଛି। ନନ୍ଦାହାଣ୍ଡି ବ୍ଲକ ବାସୀ ସମସ୍ତେ ତାଙ୍କୁ ସ୍ନେହରେ ବିନୋଦିନି ନାନୀ ବୋଲି ଡାକନ୍ତି।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁର ବିନୋଦିନି ତ୍ରିପାଠୀ ୭୦ ବର୍ଷର ଜଣେ ବିଧବା ମହିଳା କିନ୍ତୁ ମାନସିକ ଓ ଶାରୀରିକ ସ୍ତରରେ ଯୁବକ ମାନଙ୍କୁ ପଛରେ ପକେଇଦିଅନ୍ତି। ବ୍ରାହ୍ମଣ ଶାସନ ଦହଣା ଗାଁର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କୁ ବିବାହ କରି ଆସିବା ପରେ, ବିନୋଦିନୀ ନାନୀ ଶିକ୍ଷକ ଚାକିରୀ କରୁଥିବା ସ୍ୱାମୀଙ୍କର ଚାଷରେ ଆଗ୍ରହ ନଥିବାବେଳେ ଶଶୁର ମଧୁସୁଦନ ତ୍ରିପାଠୀ ଚାଷ କାମରେ ଏକୁଟିଆ ହଇରାଣ ହେଉଥିବା ଦେଖି ବ୍ରାହ୍ମଣ ଶାସନ ଗାଁର ହଜାରେ କଟକଣା ହେଲେ ବି ସବୁକୁ ପଛରେ ପକାଇ ଶଶୁରଙ୍କୁ ଚାଷ କାମରେ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଲେ ଏହାପରେ ଆଉ କେବେବି ପଛକୁ ବୁଲି ଚାହଁ ନାହାନ୍ତି ବିନୋଦିନି।ଚାଷର ନିଶା ଏମିତି ଲାଗିଲା ଯେ ଶରୀର ବେଢାକୁ ୭୦ ଛୁଇଁଲା ତଥାପି ଚାଷର ନିଶା ଛାଡ଼ୁଛି ନା ମନ ବଳ କମୁଛି। ଏବେବି ନିଜ ଉଦ୍ୟମ ଓ ପରିଶ୍ରମରେ ତାଙ୍କ ୪୦ ଏକର ଚାଷ ଜମିରେ ଆଖୁ, ଧାନ, ମକା ଚାଷ କରିବା ସହ ୬ ଏକର ଫର୍ମହାଉସ ରେ ଟିଗ, ଆମ୍ବ, ଜାମ୍ବ, କଦଳୀ ଗଛ ଲଗାଇ ତାର ଯତ୍ନ ସବୁଦିନ ନିଅନ୍ତି।ଏହାସହ ସ୍ଥାନୀୟ ଯୁବକ ମାନଙ୍କୁ ସରକାରୀ ଚାକିରୀ ପଛରେ ନଧାଇଁ ଚାଷ କରିବା ପାଇଁ ପ୍ରବର୍ତ୍ତାଇବା ସହ ଚାଷର ପଦ୍ଧତି ଗୁଡିକ ଉପରେ ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପଂଚାୟତରେ ଯୁବକ ମାନଙ୍କୁ ଟ୍ରେନିଙ୍ଗ ମଧ୍ୟ ଦେଇଛନ୍ତି। ସମାଜବୟସ ଆଗରେ ଜ୍ଝସ୍ବେଛାସେବୀ ଭାବରେ ଲୋକଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ନେଇ ଅନେକ ସମୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି ସେ। ଜିଲାପାଳଙ୍କ ଠାରୁ ସଫଳ ଚାଷୀ ଭାବରେ ପ୍ରଶଂସା ପତ୍ର ମଧ୍ୟ ପାଇଛନ୍ତି।

 

ତାଙ୍କ କହିବା ଅନୁଯାଇ ବିନୋଦିନି ନାନୀ କୋରାପୁଟ ଜିଲା ଜୟପୁର ସହରରେ ୧୯୬୭ ମସିହାରେ ୧୧ଗ୍ଧଷ ମେଟ୍ରିକ ପରୀକ୍ଷା ଦେବା ପରେ,ବିନୋଦିନି ନାନୀଙ୍କୁ ତାଙ୍କ ଘର ଲୋକ ୧୪ ବର୍ଷ ବୟସରେ ବାହା କରିଦେଇଥିଲେ।ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ଶଶୁରଙ୍କୁ ଚାଷ କାମରେ ସହଯୋଗ କରିବା ସମୟରେ ଗାଁ ଲୋକଙ୍କ ଅନେଜ କଟୁ କଥା ବି ଶୁଣିଥିଲେ। ଏସବୁକୁ ପଛରେ ପକାଇ ସେ ଆଗକୁ ବଢିଥିଲେ। ବିନୋଦିନି ନାନୀଙ୍କ ଚାଷ କାମରେ ଆଗ୍ରହ ଓ ତାଙ୍କ କଠିନ ପରିଶ୍ରମରେ କ୍ଷେତ ଯେବେ ହସି ଉଠିଲା ଗାଁ ଲୋକଙ୍କ ପାଟିରେ ତୁଣ୍ଡି ଲାଗିଗଲା। ଏହାପରେ କଟୁ କଥା କହି ଉପହାସ କରୁଥିବା ଲୋକ ମଧ୍ୟ ନାନୀଙ୍କୁ ସମ୍ମାନ ଦେବା ଆରମ୍ଭ କରିଥିଲେ। ସେ ସର୍ବଦା ବେକାର ଯୁବକଙ୍କୁ ସରକାରୀ ଚାକିରୀ ପଛରେ ନଧାଇଁ ଚାଷ କାମକୁ ଆଦରି ସ୍ୱାବଲମ୍ବୀ ହେବାପାଇଁ ପ୍ରବର୍ତ୍ତାଇ ଛନ୍ତି ବିନୋଦିନି ନାନୀ। ନନ୍ଦାହାଣ୍ଡି ବ୍ଲକର ଯୁବକ ମାନଙ୍କ ପାଇଁ ବିନୋଦିନି ନାନୀ ଜଣେ ଆଦର୍ଶ। ବିନୋଦିନି ନାନୀ ଜଣେ ବ୍ରାହ୍ମଣ ଘରର ବୋହୁ ଭାବରେ ତାଙ୍କ କର୍ତ୍ତବ୍ୟ ଓ ଦାଇତ୍ୱ ସୁଚାରୁ ରୂପେ ତୁଲାଇବା ସହ ଦୁଇ ପୁଅ,ଦୁଇ ଝିଅଙ୍କୁ ମଣିଷ କରି ଠିଆ କରି ପାରିଛନ୍ତି। ସ୍ୱାମୀଙ୍କ ଦେହାନ୍ତ ପରେ ମଧ୍ୟ ଭାଙ୍ଗି ନପଡ଼ି ନିଜ ଦାଇତ୍ୱକୁ ଭଲ ଭାବରେ ସମ୍ପାଦନ କରିଛନ୍ତି। ବିନୋଦିନି ନାନୀଙ୍କ ଧୌର୍ୟ୍ୟ,ପରିଶ୍ରମ ପାଇଁ ସମସ୍ତେ ନାନୀଙ୍କୁ ସମ୍ମାନ ଦିଅନ୍ତି।ପରିଣତ ବୟସରେ ମଧ୍ୟ ବିନୋଦିନି ନାନୀଙ୍କ ପରିଶ୍ରମକୁ ନେଇ ସ୍ଥାନୀୟ ଲୋକ ଉଦାହରଣ ସ୍ୱରୂପ ନେଇଥାନ୍ତି। ନାନୀ ଉତ୍କୃଷ୍ଟ ଚାଷୀ ଭାବରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛନ୍ତି।ସେ ଏବେ ମଧ୍ୟ ଚାଷ କାମ ଦେଖି ଘରକୁ ଫେରିବା ପରେ ନାତି, ନାତୁଣୀଙ୍କୁ ପାଖରେ ବସାଇ ପାଠ ପଢ଼ାଇବା ସହ ଘର କାମରେ ବି ବୋହୁ ମାନଙ୍କୁ ସହଯୋଗ କରିଥାନ୍ତି ବୋଲି କହିଛନ୍ତି।

Comments are closed.