ନବରଙ୍ଗପୁର ଜିଲା ୨ ଦିନ ପାଇଁ ସଟ୍‌ଡାଉନ୍‌

ନବରଙ୍ଗପୁର: ନବରଙ୍ଗପୁର ଜିଲାକୁ ୨ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ ଅଜିତ୍‌ କୁମାର ମିଶ୍ର ।
ପ୍ରତିଦିନ ନବରଙ୍ଗପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ନବରଙ୍ଗପୁର ଜିଲାକୁ ଅଗଷ୍ଟ ୨୫ ଓ ୨୬ତାରିଖ ୨ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା ଘୋଷଣା କରାଯାଇଛି। ଅଗଷ୍ଟ ୨୫ ରାତି ୯ଟାରୁ ୨୬ ତାରିଖ ସକାଳ ୫ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲା ସଟ୍‌ଡାଉନ୍‌ ରହିବ ବୋଲି ଜିଲାପାଳ ଅଜିତ୍‌ କୁମାର ମିଶ୍ର ଘୋଷଣା କରିଛନ୍ତି।
ଏହି ସଟଡାଉନ ସମୟରେ ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ଲୋକମାନଙ୍କ ଚଳାଚଳ ସହିତ ବିବାହ, ଶୋଭାଯାତ୍ରା, ଭୋଜି, ସାମାଜିକ ଉତ୍ସବ, ରାଜନୈତିକ ଓ ଧାର୍ମିକ ସଭା ଆଦି ଆୟୋଜନ ଉପରେ କଟକଣା ରହିଛି । ଏହି ସଟଡାଉନ ସମୟରେ ଜରୁରୀକାଳୀନ ସେବା ଜାରି ରହିବ। ହସପିଟାଲ, କ୍ଲିନିକ, ପରୀକ୍ଷାଗାର, ମ୍ୟୁନିସିପାଲିଟି, ପୋଲିସ, ଦମକଳ ଅପିସ, ଟେଲିକମ ସେବା, ପେଟ୍ରୋଲ ପମ୍ପ, ଗଣମାଧ୍ୟମ ଅଫିସ, ବିଦ୍ୟୁତ ଯୋଗାଣ, ମାଲ ପରିବହନ, ଶିଳ୍ପ ପ୍ରତିଷ୍ଠାନ, ମିଲକବୁଥ, କୃଷିକାର୍ଯ୍ୟ, ଏଟିଏମ, ଜାତୀୟ ରାଜପଥରେ ଥିବା ଢାବା ଆଦିକୁ ଅନୁମତି ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Comments are closed.