ବେକରେ ଦଉଡି ଦେଇ ଯୁବକଙ୍କ ଆତ୍ମହତ୍ୟା

ନବରଙ୍ଗପୁର: ନବରଙ୍ଗପୁର ରାଜୁସାହିରେ ଏକ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ସିଦ୍ଧେଶ୍ୱର ସାହୁ (୨୩) ନିଜ ବଡ଼ ଭାଇ ସହ ଭଡା ଘରେ ରହୁଥିଲେ। ନବରଙ୍ଗପୁର ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ନବରଙ୍ଗପୁର ରାଜୁ ସାହି ଠାରେ ଏକ ଭଡା ଘରେ ଦୁଇ ଭାଇ ରହୁଥିଲେ। ଦୁଇ ଭାଇଙ୍କ ଘର ଭବାନୀପାଟଣା ସ୍ଥିତ ଚିକିଲି ଗ୍ରାମର ଅଟନ୍ତି। ସାନ ଭାଇ ସିଦ୍ଧେସ୍ବର ଚଳିତ ମାସ ୨ ତାରିଖରୁ ବ୍ୟାଙ୍କ ଅଫ ବରଦା ଠାରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ବଡଭାଇ ଭାରତ ଫାଇନାନ୍ସର ଜଣେ କର୍ମଚାରୀ । ଅଫିସ କାର୍ଯ୍ୟ ସାରି ଘରକୁ ଫେରିବା ପରେ ସାନ ଭାଇର ଆତ୍ମହତ୍ୟା ଦୃଶ୍ୟ ଦେଖି ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ନବରଙ୍ଗପୁର ପୁଲିସ ଘଟଣାସ୍ଥଳକୁ ମୃତଦେହ ଉଦ୍ଧାର କରିଥିଲା। ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ଓ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.