ଯୁବ ବିଜେଡି ନେତାଙ୍କ ପରଲୋକ 

ନବରଙ୍ଗପୁର: ବରିଷ୍ଠ ବିଜେଡି ନେତା ସ୍ବର୍ଗତ ଶିବ ଆଚାରିଙ୍କ ପୁଅ ଯୁବ ବିଜେଡି ନେତା ପିଣ୍ଟୁ ଆଚାରିଙ୍କ ପରଲୋକ ଘଟିଛି। ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ରବିବାର ଅପରାହ୍ନରେ ତ।ଙ୍କର ମତ୍ୟୁ ହୋଇଯାଇଛି। ତାଙ୍କ ନିଜ ଗାଁ ନନ୍ଦାହାଣ୍ଡି ବ୍ଲକର ଫୁଫୁଗାଁରେ ମୃତଦେହ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ତେବେ ଏହି ଖବର ଜଣା ପଡିବା ପରେ ବିଜେଡି ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Comments are closed.