ତାଲାପଦର ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ମାମଲା, ଘଟଣାସ୍ଥଳକୁ ଯାଇ ତଦନ୍ତକଲା ଉଚ୍ଚସ୍ତରୀୟ ଟିମ୍‍

ନବରଙ୍ଗପୁର: ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ କ୍ରମେ ଉମରକୋଟ ତାଲାପଦର ନିର୍ମାଣଧୀନ ବ୍ରିଜ ଭୁଶୁଡି ଜଣକର ମୃତ୍ୟୁ ଘଟିବା ସହ ୪ଜଣ ଗୁରୁତର ଆହତ ହୋଇଥିବା ଘଟଣାସ୍ଥଳକୁ ତିନି ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଭୁବନେଶ୍ୱରରୁ ଆସି ତଦନ୍ତ କରିଛନ୍ତି। ଏହି ଦୁର୍ଘଟଣାକୁ ରାଜ୍ୟସରକାର ଗୁରୁତର ସହ ନେଇଥିବା ବେଳେ ଏହି ତଦନ୍ତ ଟିମରେ ଗ୍ରାମ୍ୟ ଉନ୍ନୟନ ବିଭାଜନର ମୁଖ୍ୟଯନ୍ତ୍ରୀ ଇଂ.ସୁରେଶ ମିଶ୍ର, ପିଏମଜିଏସୱାଇର ମୁଖ୍ୟଯନ୍ତ୍ରୀ ଇଂ.ଅକ୍ଷୟ କୁମାର ପ୍ରଧାନ ଓ ସୁନାବେଡାର ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ.ପ୍ରଦୀପ କୁମାରଜେନା ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟଯନ୍ତ୍ରୀ ଇଂ.ମିଶ୍ର ବ୍ରିଜ୍‍ର ସ୍ଲାପ୍‍ଟି ଯେଉଁ ଟ୍ରିବୁନାଲ ଷ୍ଟ୍ରକ୍ଚର ଉପରେ ଥିଲା ତାହା ଗଳି ପଡ଼ିବାରୁ ଦୁର୍ଘଟଣା ଘଟିଥିବା କହିଛନ୍ତି। ଅଧିକ ତଦନ୍ତ ପାଇଁ କ୍ୱାଲିଟି କଣ୍ଟ୍ରୋଲ ପରୀକ୍ଷା କରାଯିବ ଓ ତଦନ୍ତ ସରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲ ଗଣମାଧ୍ୟମକୁ କହିଛନ୍ତି। ଏହା ଗୋଟିଏ ଦଃଖଦ ଘଟଣାବୋଲି କହିଥିଲେ। ଏହାର ନିରୀକ୍ଷଣ କରାଯାଉଛି। କେଉଁଠି ଭୂଲ ରହିଲା ତାର ଅନୁଧ୍ୟାନ କରାଯାଉଥିବା କହିଥିଲେ। ଯେଉଁମାନେ ଏହିଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ। ପୁଲିସକୁ ଏତଲା ଦିଆଯାଇଛି। ପୁଲିସ ମଧ୍ୟ ତଦନ୍ତ କରି ପଦକ୍ଷେପ ନେବେ। ତଦନ୍ତ ପରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ବିରୋଧରେ ଦୃଢପଦକ୍ଷେପ ନିଆଯିବ। ଏହା ସରକାରୀ ସମ୍ପତ୍ତିର ହାନୀ ଓ ଜୀବନହାନୀ ହୋଇଥିବାବେଳେ କାହାକୁ ମଧ୍ୟ ଛଡାଯିବ ନାହିଁ ବୋଲି କହିଥିଲେ। ତେବେ ଏଥିପାଇଁ ସେ କାହାକୁ ଦାୟୀ କରାଯିବ ଓ କି’ପଦକ୍ଷେପ ନିଆଯିବ ତାହା ସରକାର ସ୍ଥିର କରିବେ ବୋଲି କହିଥିଲେ। ତାଙ୍କର ଟିମ କେବଳ ସରକାରଙ୍କୁ ରିପୋର୍ଟ ଦେବ। ଏହି ଘଟଣାକୁ ନେଇ ସରକାର କୋଠର ଆଭିମୁଖ୍ୟ ଗ୍ରହଣ କରିଥିବାବେଳେ କାହାକୁ ମଧ୍ୟ ଛଡାଯିବ ନାହିଁ ବୋଲି କହିଥିଲେ। ସୂଚନା ଯୋଗ୍ୟ ଯେ, ଗତ ୧୦ ତାରିଖରେ ଏହି ଦୁର୍ଘଟଣା ଘଟିଯିବା ପରେ ସଂପ୍ୟକ୍ତ ଠିକାଦାର , କନିଷ୍ଠ ଯନ୍ତ୍ରୀ ଓ ଏସଡିଓ ଫେରାର ଅଛନ୍ତି। ଉମରକୋଯଟ ଥାନାରେ ଏହି ତିନିଜଣଙ୍କର ନାମରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏତଲା ଦେଇଛନ୍ତି।

 

 

Comments are closed.