ଆଜାଦି କା ଅମୃତ ମହୋତ୍ସବ ଓ ହର୍ ଘର୍ ତ୍ରିରଙ୍ଗା ଉତ୍ସବ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ଓ ହର୍ ଘର୍ ତ୍ରିରଙ୍ଗା ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ହାତରେ ଜାତୀୟ ପତାକା ଧରି ସହର ପରିକ୍ରମା କରିଥିଲେ। ଏଥିରେ ଇଂରାଜୀ ବିଭାଗର ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ତ୍ରିରଙ୍ଗାର ମହତ୍ତ୍ଵ ସଂପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇ ଥିଲେ। ଯୁବ ରେଡକ୍ରସ ସଂଯୋଜିକା ଡ ସଂଯୁକ୍ତା ପଣ୍ଡା ନାଗରିକର କର୍ତ୍ତବ୍ୟ ଓ ହର୍ ଘର୍ ତ୍ରିରଙ୍ଗା କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ବୁଝାଇ ଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ସୁନୀତା ପାତ୍ର ଓ ତରନୁମ୍ ଆରା ସହଯୋଗ କରିଥିଲେ। ଅତିଥି ରୂପେ ଯୁବ ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ନୃପେନ୍ଦ୍ର ଖୋସଲା, ରଞ୍ଜୁଷ ପ୍ରହରାଜ, ଡ ରୋହିଣୀ ରାଣୀ, ତାଇରା ବେଗମ୍ ଯୋଗ ଦେଇଥିଲେ।

Comments are closed.