କ୍ରାନ୍ତି ଓ ମଶାଲ ଯାତ୍ରାର ପ୍ରସ୍ତୁତି ବୈଠକ

ନବରଙ୍ଗପୁର: ଦୀର୍ଘ ୩୭ ବର୍ଷ ଧରି କ୍ରମାଗତ ଭାବେ ଚାଲି ଆସୁଥିବା କ୍ରାନ୍ତି ଦିବସର ମଶାଲ ଯାତ୍ରା, ୧୫ ବର୍ଷ ଧରି ଚାଲି ଆସୁଥିବା ସ୍ବର୍ଗତ ଜଗନ୍ନାଥ ତ୍ରିପାଠୀଙ୍କ ମହାପ୍ରୟାଣ ଦିବସ ସାଙ୍ଗକୁ ୧୩ ବର୍ଷ ଧରି ଚାଲି ଆସୁଥିବା ମା ଘର ପ୍ରତିଷ୍ଠା ଦିବସ ଭଳି ଚଳିତ ବର୍ଷ ତା ୨୩ ଓ ୨୪ ଅଗଷ୍ଟ ୨୦୨୨ ରିଖ ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଠାରେ ଅନୁଷ୍ଠିତ ହେବ। ଏ ସମସ୍ତ କାର୍ୟ୍ୟକ୍ରମର ପ୍ରସ୍ତୁତି ବୈଠକ ସଂଗ୍ରାମୀ ସ୍ବର୍ଗତ ଜଗନ୍ନାଥ ତ୍ରିପାଠୀ ପରିବାରର ଦାୟାଦ୍ ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରୁ ବିଶିଷ୍ଟ ସମାଜ ସେବୀ ସର୍ବେଶ୍ଵର ପାତ୍ର ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ।

ଉପସ୍ଥିତ ଥିବା କମିଟିର ସଦସ୍ୟ ଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ସୁବାସ ସୁର,, ବିଜୟ ମିଶ୍ର, ନରେନ୍ଦ୍ର ମିଶ୍ର, ଭୁଜବଳ ମାଝୀ, ଗଣେଶ ଦାସ, ଜେନାମଣି ବିଷୋୟୀ ସନ୍ଧ୍ୟାର।ଣି ତ୍ରିପାଠୀ, କାଦମ୍ବିନୀ ତ୍ରିପାଠୀ, କାମିନୀ ତ୍ରିପାଠୀ, ବୃନ୍ଦାବନ ତ୍ରିପାଠୀ, ଦିବାକର ପୂଜାରୀ, ସୁଶ୍ରୀ ପ୍ରଭାତୀ ପାତ୍ର, ପ୍ରଦୀପ ସାହୁ, ବାସୁଦେବ ପଟ୍ଟନାୟକ ଓ ବଳରାମ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରାୟୋଜିତ କାର୍ୟ୍ୟକ୍ରମର ଆଲୋଚନାରେ ଭାଗ ନେଇଥିଲେ। କାର୍ୟ୍ୟକ୍ରମରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମାଜ ସେବୀ, ବରିଷ୍ଠ ନେତା, ପ୍ରଶାସନିକ ଅଧିକାରୀ, ବର୍ତ୍ତମାନ ଓ ପୂର୍ବତନ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ଏ କାର୍ୟ୍ୟକ୍ରମ ହେବାକୁ କମିଟି ଦ୍ଵାରା ପାରିତ ହୋଇଥିଲା।

ନିୟମ ଅନୁସାରେ କାର୍ୟ୍ୟକ୍ରମ ଆରମ୍ଭରୁ ସହିଦଙ୍କ ସମ୍ମାନରେ ଦୀର୍ଘ ୩୭ ବର୍ଷ ଧରି ଚାଲି ଆସୁଥିବା ମଶାଲ ପ୍ରଜ୍ୱଳନ କରି ପ୍ରାୟଯିତ କାର୍ୟ୍ୟକ୍ରମ ଶୁଭାରମ୍ଭ କରିବା ସହ ଉକ୍ତ ପ୍ରଜ୍ବଳିତ ମଶାଲ କୁ ସହିଦ ପରିବାର ଦାୟଦ ମାନେ ଦିବା ରାତ୍ରୀ ରାମ ଧୂନ୍ ମଧ୍ୟରେ ଜଗିରହି ପରଦିନ (୨୪.୮.୨୨) ରେ ପାପଡ଼ାହାଣ୍ଡି ପହଞ୍ଚାଇବା କୁ ନିଷ୍ପତି ନିଆଗଲା। ନିୟମିତ ଭାବେ ଚାଲି ଆସୁଥିବା ମା ଘର ସମ୍ମାନ ଏ ବର୍ଷ ପାପଡା ହାଣ୍ଡି ଗୁଳି କାଣ୍ଡର ମହାନାୟକ ସହିଦ ସଂଗ୍ରାମୀ ମାଧବ ପ୍ରାଧାନୀଙ୍କ ପୁତ୍ର ବଧୂ ୧୦୪ ବର୍ଷୀୟାଙ୍କୁ ଏବଂ ପାପଡ଼ା ହାଣ୍ଡି ଗୁଳି କାଣ୍ଡର ଅନ୍ୟ ଏକ ସହିଦ ସଂଗ୍ରାମୀ ଆନନ୍ଦ ଗୌଡ଼ଙ୍କ ପୁତ୍ର ବଧୂ ରତନୀ ଗୌଡ଼ ୧୦୨ ଙ୍କୁ ମା ସମ୍ମାନରେ ସମ୍ମାନିତ କରିବାକୁ କମିଟି ଦ୍ବାରା ଅନୁମୋଦିତ ହୋଇ ଥିଲା। ସେହିଭଳି ପୂର୍ବ ନିର୍ଦ୍ଧାରିତ ନିୟମ ପ୍ରକାରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହୋଇଥିବା ଆଦର୍ଶ ଗୁରୁ ଙ୍କୁ ନଗଦ ଟଙ୍କା ୫୦୦୦/- ସହ ମାନପତ୍ର ପ୍ରଦାନ ଥିବା ବେଳେ ଚଳିତ ବର୍ଷ ଶରତ ଚନ୍ଦ୍ର ଦାସଙ୍କୁ ମା’ଘର ପ୍ରତିଷ୍ଠାତା ସଭ୍ୟ ପୂର୍ଣ୍ଣ ମାହାଙ୍କୁଡ ସ୍ମୃତି ସମ୍ବର୍ଦ୍ଧନା ପ୍ରଦାନ ନିମନ୍ତେ ନିର୍ଣ୍ଣୟ ନିଆଗଲା। କ୍ରାନ୍ତି ଦିବସ ମୁଖ୍ୟ ଆକର୍ଷଣ ଦୀର୍ଘ ୩୭ ବର୍ଷ ଧରି କ୍ରମାଗତ ଭାବେ ସହିଦ୍ ଙ୍କ ସମ୍ମାନରେ ଚାଲି ଆସୁଥିବା ମଶାଲ ଯାତ୍ରା ପ୍ରାୟୋଜିତ କାର୍ୟ୍ୟକ୍ରମ ସ୍ଥଳ ଠାରୁ ପୂର୍ଣ୍ଣ ମର୍ୟ୍ୟାଦା ରେ ତା ୨୪ ଅଗଷ୍ଟ ୨୦୨୨ ସକାଳ ଠିକ୍ ୭ ଘଣ୍ଟା ଠାରୁ ବାହାରି ପାପଡ଼ା ହାଣ୍ଡି ସହିଦ ମିନାର ଠାରେ ଆୟୋଜିତ ସରକାରୀ କାର୍ୟ୍ୟକ୍ରମ ରେ ପହଞ୍ଚିବ। ଏହି କାର୍ୟ୍ୟକ୍ରମ ରେ ବହୁ ସଂଖ୍ୟାରେ ସହିଦ ସଂଗ୍ରାମୀ ପ୍ରେମୀଙ୍କୁ ଯୋଗଦେବା କୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି। ଦୁଇ ବର୍ଷ କୋଭିଡ଼ ମହାମାରୀ ହେତୁ ଏହି କାର୍ୟ୍ୟକ୍ରମ ଫିକା ପଡି ଯାଇଥିବା ଓ କୋଭିଡ଼ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉପସ୍ଥିତ ଥିବା ସମସ୍ତ ସଭ୍ୟ ମନେ ପକାଇ ଦୁଃଖ ପ୍ରକାଶ କରିଥିଲେ। ହେବାକୁ ଥିବା ସମସ୍ତ କାର୍ୟ୍ୟକ୍ରମ କୋଭିଡ୍ ନିୟମ ପ୍ରକାରେ ପାଳନ କରିବାକୁ କମିଟି ତରଫରୁ ନିଷ୍ପତି ନିଆଯାଇଥିଲା।

Comments are closed.