ଆନ୍ତଃ ଜିଲ। କିନ୍ନର ସମାଜ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର: ଜିଲ। ସଦର ମହକୁମା ନବରଙ୍ଗପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆନ୍ତଃ ଜିଲ। କିନ୍ନର ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁର ଜିଲ।ର ଶତାଧିକ କିନ୍ନର ଯୋଗ ଦେଇଥିଲେ।ନବରଙ୍ଗପୁର ଜିଲ। କିନ୍ନର ସଙ୍ଘର ସଭାପତି କାଜଲ କିନ୍ନର ଅଧକ୍ଷତାରେ ଏକସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଜିଲ। କିନ୍ନର ସଙ୍ଘର ଅଧ୍ୟକ୍ଷ ତଥା ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ସରକାରଙ୍କ ଦ୍ବାରା କିନ୍ନରମାନଙ୍କ ପାଇଁ ପ୍ରଦତ୍ତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ। କିନ୍ନର ସମାଜ ତରଫରୁ ଗୁରୁମା ରାଜେଶ୍ୱରୀଙ୍କ ଅନୁପସ୍ଥିତିରେ ଜୟପୁରର ସିଲୁ କିନ୍ନର ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲ। ତରଫରୁ ଗୁରୁମା ପାର୍ବତୀ କିନ୍ନର ମଞ୍ଚାସିନ ଥିଲେ।

ସମ୍ମିଳନୀରେ କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷ କରି କିନ୍ନରମାନଙ୍କ ପେଟପାଟଣା ପାଇଁ କୌଣସି ନିର୍ଦ୍ଧିଷ୍ଟ ରୋଜଗାର ପନ୍ଥା ନ ଥିବାରୁ ସଭାରେ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବରେ ରୋଜି, ବୁଲବୁଲ, ରାଣୀ ଶ୍ରୀୟା, ସିତୁ, ଲୋବଲି, ମେଘା, ଦେବାସିଙ୍ଗ ପ୍ରମୂଖ କିନ୍ନର ଉପସ୍ଥିତ ଥିବା ବେଳେ ନବରଙ୍ଗପୁର ଜିଲ୍ଲା କିନ୍ନର ସଙ୍ଘର ସମ୍ପାଦକ ଚୁମକୀ କିନ୍ନର ମଞ୍ଚ ପରିଚାଳନା କରିଥିଲେ।

Comments are closed.