ଜିଲା କଂଗ୍ରେସର ୬ ଦିନିଆ ପଦଯାତ୍ରା ଆରମ୍ଭ

ନବରଙ୍ଗପୁର: ସ୍ଵାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ପଦଯାତ୍ରା ଆରମ୍ଭ ହୋଇଛି। ଲଗାଣ ବର୍ଷା ସତ୍ବେ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ। ସ୍ଵାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ସହିଦ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ କାର୍ୟ୍ୟକ୍ରମ ଜିଲ। କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ ହୋଇଥିଲା। କାର୍ୟ୍ୟକ୍ରମରେ ଦୁଇ ପିସିସି ପର୍ୟ୍ୟବେକ୍ଷକ ତଥା ପୂର୍ବତନ ମାଲକାନଗିରି ବିଧାୟକ ନିମାଇଁ ସରକାର ଓ ଟୁନା ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ। କଂଗ୍ରେସ ଉପ ସଭାପତି ଦିଲ୍ଲିପ ବେହେରା, ଜିଲ। ଆଦିବାସୀ କଂଗ୍ରେସ ସଭାପତି ଦିଲ୍ଲିପ ପ୍ରଧ।ନି, ଜିଲ। ଯୁବ କଂଗ୍ରେସ ସଭାପତି ଦ୍ବାରିକା ନାଥ ମହାପାତ୍ର, ନନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରିପାଠୀ, ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗ୍ରେସ ସଭାପତି ପ୍ରହଲ୍ଲାଦ ହୀଆଲ, ଜିଲ। ସେବାଦଳ ମୁଖ୍ୟ ସେଖ ଚାନ୍ ଉଷ୍ମାନି, ଜିଲ। କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ଭୀମ ପାଣିଗ୍ରାହୀ, କିଶୋର ସିଂ, ରୁନା ଦାସ, ନବରଙ୍ଗପୁର ବ୍ଲକ୍ କଂଗ୍ରେସ ସଭାପତି ଅବଦୁଲ୍ ଫିରୋଜ, ସଂଗ୍ରାମୀ ପରିବାର ବହୁ ସଦସ୍ୟ, ସୋସିଆଲ ମିଡ଼ିଆର ସୁରଜ୍ ଲାଲ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଏହି କାର୍ୟ୍ୟକ୍ରମ ଆସନ୍ତା ୧୪.୦୮.୨୨ ରିଖ ପର୍ୟ୍ୟନ୍ତ ସାରା ଜିଲ।ରେ ଥିବା ସମସ୍ତ ବ୍ଲକରେ ଏହି କାର୍ୟ୍ୟକ୍ରମ ହେବ ବୋଲି ଉପସ୍ଥିତ ଥିବା ଜିଲ। ସଭାପତି ଶ୍ରୀ ତ୍ରିପାଠୀ ଘୋଷଣା କରିବା ସହ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ଏହି କାର୍ୟ୍ୟକ୍ରମ ରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କାର୍ୟ୍ୟକ୍ରମ ଆରମ୍ଭ ହୋଇ ଥିବା ନନ୍ଦାହାଣ୍ଡି ବ୍ଲକର ନୂଆଗାଁ ଠାରେ ସହିଦଙ୍କ ସମ୍ମାନ ନିମନ୍ତେ ଏକ ସହିଦ ସ୍ତମ୍ଭ ନିର୍ମାଣ ନିମନ୍ତେ ଉପସ୍ଥିତ ଥିବା ପିସିସି ଉପ ସଭାପତି ଭୁଜବଳ ମାଝୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Comments are closed.