ଜିଲାଅଦାଲତ ପରିସରରେ ଇ-ସେବା କେନ୍ଦ୍ର ଉଦଘାଟିତ

ନବରଙ୍ଗପୁର: ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟବିଚାରପତି ନ୍ୟାୟମୂର୍ତ୍ତୀ ମହମ୍ମଦ ରଫିକ୍‍ଙ୍କର ଦ୍ୱାରା ଅପରାହ୍ନ ୪ଟାରେ ନବରଙ୍ଗପୁର ଜିଲା ଅଦାଲତ ପରିସରରେ ଇ-ସେବା କେନ୍ଦ୍ର ର ଅନ-ଲାଇନ ଉଦଘାଟିତ ହୋଇଯାଇଛି। ଏଥିରେ ଜିଲା ଓ ଦୈାରାଜଜ୍‍ ଅଶୋକ କୁମାର ପଣ୍ଡା, ଓ ଅନ୍ୟାନ୍ୟ ବିଚାରପତି , ଅଦାଲତର କର୍ମଚାରୀ ଓ ଆଇନଜୀବୀମାନେ ଉପସ୍ଥିତ ଥିଲେ। ଏହି ସେବା କେନ୍ଦ୍ର ମାଧ୍ୟମରେ ମକଦ୍ଦମା ସ୍ଥିତି, ପରବର୍ତ୍ତୀ ଶୁଣାଣୀ ତାରିଖ ଓ ଅନ୍ୟାନ୍ୟ ତଥ୍ୟ ଅନୁସନ୍ଧାନ, ସାର୍ଟିଫାଇଡ କପି ପାଇଁ ଆବେଦନ, ଇ-ଫାଇଲରେ ଦରଖାସ୍ତ, ଇ-ପେମେଣ୍ଟ, ଇ-କୋର୍ଟ ମୋବାଇଲ ଆପ୍‍ ଡାଉନଲୋଡରେ ସହାୟତା. ଜେଲରେ ବନ୍ଦୀ ଥିବା ସମ୍ପର୍କୀୟ ଙ୍କର ସହିତ ଇ-ମୁଲାକାତ ସାକ୍ଷାତ ବ୍ୟବସ୍ଥା, ବିଚାରପତିମାନଙ୍କର ଛୁଟି ସମ୍ବନ୍ଧୀୟ ତଥ୍ୟ। ନ୍ୟାୟାଳୟର ର ଅବସ୍ଥିତି, ବାଦ ତାଲିକା, ଓ ମକଦ୍ଦମାର ଶୁଣାଣୀ ତଥ୍ୟ। ମାଗଣା ଆଇନସେବା ପ୍ରାପ୍ତି ରେ ସହାୟତା,ଭର୍ଚୁଆଲ କୋର୍ଟ ,ଭିଡିଓ କନଫେରେନ୍ସିଂ, ନ୍ୟାୟାଳୟର ରାୟ ଓ ଆଦେଶ ଗୁଡିକ ଇ-ମେଲ, ହ୍ୱାଟ୍‍ସପ୍‍ ମାଧ୍ୟମରେ ପ୍ରାପ୍ତ ଏବଂ ଇ-କୋର୍ଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ତ ଡିଜିଟାଲ ସେବା ପାଇବାରେ ସହାୟତାର ସୁଯୋଗ ସମସ୍ତେ ପାଇପାରିବେ ବୋଲି ଜଣାପଡ଼ିଛି।

Comments are closed.