ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ରାଜ୍ୟ ରାଜସ୍ୱ ଅମଲା ସଂଘ, ରାଜସ୍ୱ ଅମଲାଙ୍କ ପଦ ପୁନର୍ଗଠନ ଦାବି

ନବରଙ୍ଗପୁର: ଆଜି ନବରଙ୍ଗପୁର ସର୍କିଟ ହାଉସ ଠାରେ ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଓଡିଶା ରାଜସ୍ବ ଅମଲା ସଂଘର କର୍ମକର୍ତ୍ତା ବୃନ୍ଦ ସାକ୍ଷାତ କରି ସଂଘର ନିମ୍ନଲିଖିତ ବିଭିନ୍ନ ଦାବି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲାସ୍ତରୀୟ ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ଘୋଷଣା, ରାଜସ୍ୱ ଅମଲାଙ୍କ ପଦ ପୁନର୍ଗଠନ, ଶିକ୍ଷାଗତ ଯୋଗ୍ୟତା ଅନୁଯାଇ ଅମଲାମାନଙ୍କ ବେତନରେ ଥିବା ଅସଂଗତିକୁ ଦୂର କରାଯାଇ କନିଷ୍ଠ ଅମଲା ମାନଙ୍କ ଦରମା ୨୦୦୮ ମସିହା ବେତନର ପୁନର୍ଗଠନ ନିୟମ ଅନୁଯାୟୀ ୫୨୦୦/- ରୁ ଟଙ୍କା ୯୩୦୦/- ଙ୍କୁ ବୃଦ୍ଧି ସହ ଶତ ପ୍ରତିଶତ ଓଡିଶା ରାଜସ୍ୱ ସେବା ପଦବୀକୁ କେବଳ ରାଜସ୍ୱ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ଦାବି କରାଯାଇଛି।

ଏହି ସାକ୍ଷାତ ସମୟରେ ନବରଙ୍ଗପୁର ଜିଲାପାଳ ଡ.କମଳ ଲୋଚନ ମିଶ୍ର, ଅତିରିକ୍ତ ସଚିବ(ରାଜସ୍ୱ) ଅମୀୟ କୁମାର ସାହୁ, ନିର୍ଦେଶକ (ଲ୍ୟାଣ୍ଡ ରେକର୍ଡ )ତୁଷାର ରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲା ଶାଖାର ଉପ ସଭାପତି ଧନୁର୍ୟୟ ମାଝୀ, ସମ୍ପାଦକ ତ୍ରିଲୋଚନ ନାୟକ, ବିଜୟ ସାହୁ, ସତ୍ୟନାରାୟଣ ସାହୁ, ଅଜୟ ସାହୁ, ଅଜୟ ନାୟକ, ନୀଳାଚଳ ମାଝି, ସୁନୀଲ ଦାସ, ଶ୍ରୀକାନ୍ତ ଶତପଥୀ, ନୀଳକଣ୍ଠ ରାଜୁ, ଧନପତି ନାୟକ, ସତ୍ୟନାରାୟଣ ତ୍ରିପାଠୀ, ଅକ୍ଷୟ ଭକ୍ତ, ରାମଚନ୍ଦ୍ର ରଘୁ ମଣ୍ଡଳ, ସୌରଭ ଦାସ ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.