ଦେଶିଆ ନାଟ୍ୟଗୁରୁ ଭଗବାନଙ୍କ ଜୀବନ ଜୀବିକା ଛଡାଇ ନେଲା କରୋନା

ନବରଙ୍ଗପୁର: ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଖ୍ୟାତି ଅର୍ଜନ କରିଥିବା ଦେଶିଆ ନାଟଗୁରୁ ଭଗବାନ ଭତରାଙ୍କ ଜୀବନ ଜୀବିକା ଛଡାଇ ନେଲା ମହାମାରୀ କରୋନା। ଭଗବାନ ଭତରା (ଦେଶିଆ ନାଟ୍ୟଗୁରୁଙ୍କ ୧୯୫୨ ମସିହାରେ ତେନ୍ତୁଳୀଖୁଣ୍ଟି ବ୍ଲକ କଙ୍ଗରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ୧୯୫୭ମସିହାରେ ସେ ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ଖଇରା ଗ୍ରାମରେ ଆସି ବସବାସ କରିଥିଲେ। ନିଜର ପିତା ଜଗବନ୍ଧୁ ଭତରା ସେତେବେଳେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଖ୍ୟାତି ସମ୍ପନ୍ନ ଦେଶିଆ ନାଟ୍ୟଗୁରୁ ଭାବେ ପରିଚିତ ଥିଲେ। ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଗବାନ ୭ବର୍ଷ ବୟସରୁ ହିଁ ବାପାଙ୍କ ସହ ବୁଲି ବୁଲି ଦେଶିଆ ନାଟ ପ୍ରତି ଆକର୍ଷିତ ହୋଇଥିଲେ। ନାଟ ମାନଙ୍କରେ ଗୀତରେ ପାଳିଆ ଧରିବା ଆଦି ଶିଖିଥିଲେ ଭଗବାନ ୧୬ ବର୍ଷ ବୟସରେ।

ଭଗବାନ ଭତରା ପ୍ରଥମ କରି ନାଟ୍ୟଗୁରୁ ଭାବେ ପ୍ରଥମ ନାଟକର ନିର୍ଦେଶ ଦେଇ ତାଙ୍କ ଜୀବନର ପ୍ରଥମ ପାଦ ଥାପିଥିଲେ, ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଗୋଟିଏ ପରେ ଗୋଟିଏ ଦେଶିଆ ନାଟ ନିର୍ଦେଶନା ଦେଇ ଆଜି। ପର୍ଯ୍ୟନ୍ତ ୪୨୦ ରୁ ଉର୍ଦ୍ଧ ନାଟ ଶିଖାଇ ଇତିହାସ ରଚନା କରିଛନ୍ତି। ସେ ବ୍ଲକ, ଜିଲ୍ଲା ଏବଂ ଜିଲ୍ଲା ବାହାରେ ମଧ୍ୟ ପ୍ରଶଂସା ଏବଂ ମାନପତ୍ର ପାଇଛନ୍ତି ଜ୍ଝ ନବରଙ୍ଗପୁର ଜିଲ୍ଲାର ଆଦିବାସୀ କଳା ସଂସ୍କୃତି କି ବଜାୟ ରଖି ଜିଲ୍ଲାର ଗୌରବ ପାଲୋଟି ଥିବା ଭଗବାନ ଗୁରୁଙ୍କୁ ଅଭିଭକ୍ତ କୋରାପୁଟ ଜିଲ୍ଲା ଛାଡି ପଡୋଶୀ ରାଜ୍ୟ ଛତିଶଗଡ ର ବସ୍ତର, ମଧ୍ୟ ପ୍ରଦେଶ ରେ ମଧ୍ୟ ଭଗବାନ ଗୁରୁ ଙ୍କ ନିର୍ଦେଶିତ ନାଟ ର ଚାହିଦା ଦେଖିବାକୁ ମିଳିଅଛି, ସେ ନିର୍ଦେଶନା ଦେବା ସହ ସ୍କ୍ରିପ୍ଟ ଆଉ ଗୀତ ମଧ୍ୟ ନିଜେ ଲେଖି ଥାନ୍ତି, ତାଙ୍କର ପ୍ରଥମ ନିର୍ଦେଶିତ ନାଟକ ସୁର୍ପ ନାକା ବନବାସ ବହୁତ ଲୋକପ୍ରିୟତା ହାସଲ କରି ୧୪ରୁ ୧୫ ବର୍ଷ ପର୍ଯ୍ୟନ୍ତ ଜିଲ୍ଲା ଓ ଜିଲ୍ଲା ବାହାରେ ଉକ୍ତ ନାଟର ଚାହିଦା ଥିଲା ବେଳେ କରୋନା ପୂର୍ବରୁ ତାଙ୍କ ନିର୍ଦେଶିତ ସୁପରହିଟ ନାଟ ମରିନାହିଁ ରାମ ମରିନାହିଁ ରାବଣ ଏବଂ ରାବଣ ଭୟରେ ରାମ ଜନ୍ମ ଭାଇରେ କଲୁ କେଡେ କର୍ମ ଏହି ଦୁଇଟି ଯାକ ନାଟକ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଚହଳ ପକେଇ ଥିଲା।

ଜୟପୁରର ପୂର୍ବତନ ମନ୍ତ୍ରୀ ରବି ନନ୍ଦ ଏବଂ ବର୍ତ୍ତମାନ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଭଗବାନଙ୍କୁ ୨ଗୋଟି ମୋବାଇଲ ପ୍ରଦାନ କରିଥିବା କହିଛନ୍ତି। ଭଗବାନଙ୍କ ୨ଟି ପୁଅ ଏବଂ ଗୋଟିଏ ଝିଅ ସହ ଖଇରା ଗ୍ରାମରେ ବାସ କରୁଥିବା ବେଳେ ଝିଅକୁ ଅନ୍ୟତ୍ର ବାହା ଦେଇଛନ୍ତି, ବଡ଼ପୁଅ କିସ୍ପରି ଭତରା ମଧ୍ୟ ନିଜ ବାପାଙ୍କୁ ଅନୁସରଣ କରି ବାପାଙ୍କୁ ସହଯୋଗ କରିବା ସହ ନାଟ୍ୟ ନିର୍ଦେଶନା ଦେଉଛନ୍ତି। ସାନପୁଅ କଲେଜରେ ପାଠ ପଡୁଅଛି, ନିଜର ପରିବାରର ୧୪ ଜଣ କୁଟୁମ୍ଭକୁ ନେଇ ନିଜର ଟିଣ ଛପର ଘରେ ରହୁଛନ୍ତି। ଭଗବାନଏହି ନାଟରୁ ୨ପଇସା ପାଇ ସୁରୁଖୁରୁରେ ନିଜ ପରିବାର ଚଳାଇ ଆସୁଥିଲେ। ହଠାତ୍‌ ମହାମାରୀ କରୋନାର ପ୍ରାଦୁର୍ଭାବ ଯୋଗୁଁ ଭଗବାନଙ୍କ ଜୀବନ ଜୀବିକା ଉପରେ ପ୍ରବଳ ପ୍ରଭାବ ପଡିଥିଲା। କରୋନା ଯୋଗୁଁ ନା ବିବାହ, ବ୍ରତ, ପୂଜା ଆଦି ବନ୍ଦ ହୋଇଯିବା ଯୋଗୁଁ ଆଉ ଭଗବାନ ଗୁରୁଙ୍କ ନାଟ ଆଉ ଚାଲିଲା ନାହିଁ, ଯଦ୍ୱାରା ଗୁରୁଙ୍କ ସହ ସହଯୋଗ କରୁଥିବା ପ୍ରାୟ ୭ଜଣଙ୍କ ପରିବାରର ଜୀବିକା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଭଗବାନଙ୍କ ନିଦେଶିତ ନାଟ ସବୁକୁ କିଛି ପ୍ରଶଂସକ ୟୁଟୁବରେ ଲୋଡ଼ କରିଥିବା ବେଳେ ଏହାକୁ ବହୁ ସଂଖ୍ୟାରେ ଲାଇକ ମିଳିଅଛି। ଏବେ କରୋନା ଯୋଗୁଁ ଭଗବାନ ମନ୍ଦିରରେ ଯାଇ ପୂଜାର୍ଚନା କରି ସମୟ ଅତିବାହିତ କରୁଥିବା କହିଛନ୍ତି। ସେ ବହୁ ଅସୁବିଧାରେ ପରିବାର ଚଳାଉଥିବା କହିଛନ୍ତି, କଳାକାରଙ୍କୁ ରାଜ୍ୟ ସରକାର ଦେଉଥିବା ୧୨ଶହ ଟଙ୍କା ପେନସନ ଏବଂ ଚାଉଳ ପାଉଥିବା ବେଳେ ନିଜ ଭାଇକୁ ସରକାର ତରଫରୁ ମିଳିଥିବା ୨ଏକର ଧାନ ଜମିରେ ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି। ୧୪ଜଣ ପ୍ରାଣୀ କୁଟୁମ୍ବକୁ ନେଇ ପୁରୁଣା ଟିଣ ଛପର ଘରେ ରହୁଛନ୍ତି। ଏବେବି ସେ ଖାଲି ସମୟରେ ଗୀତ ଲେଖିବାକୁ ଭଲ ପାଉଛନ୍ତି। ବିଗତ ଦିନରେ ସେ ପାପଡାହାଣ୍ଡି ସହିଦମାନଙ୍କୁ ନେଇ ଗୀତ ଲେଖି ଚର୍ଚ୍ଚାରେ ଥିଲେ।
ଭଗବାନଙ୍କ କହିବା ଅନୁଯାଇ ରାଜ୍ୟ ସରକାର ତରଫରୁ ୧୨ଶହ ଟଙ୍କା ପେନସନ ତାଙ୍କ ଚଳିବା ପାଇଁ ଯଥେଷ୍ଟ ନ ଥିବା ବେଳେ କେନ୍ଦ୍ର ସରକାର ପକ୍ଷରୁ ଯଦି କିଛି ପେନସନ ଯୋଗାଇ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି। ଜିଲ୍ଲାର ଗୌରବ ନାଟ୍ୟଗୁରୁ ଭଗବାନ ଭତରାଙ୍କୁ ସରକାରଙ୍କ ତରଫରୁ ଆବାସ ଯୋଜନାରେ ଗୋଟିଏ ଗୃହ ଯୋଗାଇ ଦେବା ସହ ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ଅଞ୍ଚଳବାସି ଏବଂ ତାଙ୍କ ପ୍ରଶଂସକ ଦାବି କରିଛନ୍ତି।

Comments are closed.