ନିଖୋଜ ବାଳିକା ଉଦ୍ଧାର

ନବରଙ୍ଗପୁର: ଗତ ତିନି ମାସ ଧରି ନିଖୋଜ ଥିବା ବାଳିକାକୁ ପୁଲିସ ଉଦ୍ଧାର କରିଛି। ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ପ୍ରଧାନୀଗୁଡାର ହରିହରିଜନଙ୍କର ଝିଅ ନିଖୋଜ ଥିଲେ। ତାଙ୍କର ପରିବାର ଲୋକ ବିଭିନ୍ନସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଦାନ ପାଇ ପାରିନଥିଲେ। ଏହାପରେ ଗତ ଗତ ଏପ୍ରିଲ ୨ ତାରିଖରେ ପରିବାର ଲୋକ ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ଏହାର ତଦନ୍ତ ଜାରି ରଖିଥିଲେ।

ଏହି ବାଳିକାକୁ ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ଛତିଶଗଡ଼ ରାଜ୍ୟର ରାଜଧାନୀ ରାୟପୁରକୁ ନେଇଥିଲା। ସେଠାରେ ବାଳିକା ସହ ଶାରୀରିକ ସଂପର୍କ ରଖିଥିଲା। ପରେ ସେ ଗୁଜୁରାଟରେ କାମ କରିବାକୁ କହି ନେଇ ୭୦ହଜାରରେ ବିକ୍ରି କରି ଦେଇଥିଲା। ଏହା ପୁଲିସ ଜାଣିବା ପରେ ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରି ସଫଳ ହୋଇଥିଲେ। ପରେ ବାଳିକାକୁ ଗୋଲାମୁଣ୍ଡାଥାନାରେ ଆଣି ଦେବା ପରେ ସେଠାକାର ପୁଲିସ ପାପଡ଼ାହାଣ୍ଡି ଥାନାକୁ ଆଣି ପହଞ୍ଚାଇ ଦେଇଥିଲେ। ପରେ ପରିବାର ଲୋକ ଏହି ଥାନାକୁ ଯାଇ ତାଙ୍କର ଝିଅକୁ ପାଇଥିବା ତାଙ୍କର ପିତା ହରିହରିଜନ କହିଛନ୍ତି। ଏହା ପୂର୍ବରୁ ନବରଙ୍ଗପୁର ମା’ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀଙ୍କୁ ପରିବାର ଲୋକ ଭେଟିବା ପରେ ସେ ଅପହରଣ କରିଥିବା ଯୁବକର ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ଯୁବତୀ ଉଦ୍ଧାର ହୋଇଥିଲେ। ତେବେ ଏହି ଘଟଣାରେ ସଂପୃକ୍ତ ଅପହରଣକାରୀ ଓ ତାକୁ ସହାୟତା କରିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରି ଦଣ୍ଡବିଧାନ କରାଯିବାକୁ ସେ ଦାବୀ କରିଛନ୍ତି।

Comments are closed.