ଏନଜିଓ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ, ଥାନାରେ ଏତଲା

ନବରଙ୍ଗପୁର: ନବରଙ୍ଗପୁର ଜିଲା ସୋସିଆଲ ୱେଲଫେର ଆସୋସିଏସନ ଗ୍ରୁପ(ଏନ୍ଡ଼ି ସ୍ୱାଗ)ର ଅଧ୍ୟକ୍ଷ ବିଭୁ ବ୍ରହ୍ମ।ଙ୍କର ନାମରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିବାବେଳେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି। ଗତ ୧୯.୧୦.୨୦୨୧ ତାରିଖରେ ସେ ନାବାର୍ଡ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲାଖ ଶିଳ୍ପକୁ ଆର୍ଥିକ ସହାୟତା ଏବଂ ଜିଆଇ ମାନ୍ୟତା ପ୍ରଦାନ ନିମନ୍ତେ ଏକ ସତ୍ୟ ପାଠ ଦାଖଲ କରିଛନ୍ତି। ଏଥିରେ ସେ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି ବୋଲି ଶଙ୍ଖାରି ସାହିର ଲାଖ ଶିଳ୍ପୀ ସୁଶ୍ରୀ ପ୍ରଭାତୀ ପାତ୍ର ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ରଙ୍କୁ ଭେଟି ଲିଖିତ ଅଭିଯୋଗ କରିବସହିତ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି।

ଏହି ଏନଜିଓର ଅଫିସ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ପଛପଟ ପ୍ଲଟ ନଂ-୩୦/୩୧ରେ ଅଛି ବୋଲି ଦର୍ଶାଯାଇଥିବା ତଥ୍ୟ ସମ୍ପୁର୍ଣ ମିଥ୍ୟା। ଏହି ସ୍ଥଳରେ ସେମିତି କିଛି ଅଫିସ ହିଁ ନାହିଁ। ପୁରୁଷ ବିଶ୍ବକପ ହକି ଖେଳ ପାଇଁ ୭୦୦ ଲାଖ ପେଡି ଯୋଗାଇଦେବା ପାଇଁ ପ୍ରଭାତୀଙ୍କୁ ହିଁ ଆଦେଶ ପତ୍ର ଥିଲା। ସେ ଓ ତାଙ୍କର ଏସଏଚ୍ ଗ୍ରୁପ ଦ୍ବାରା ଏହି କାର୍ୟ୍ୟ ସମ୍ପାଦନ କରି ଯୋଗାଇଥିଲେ। କିନ୍ତୁ ବିଭୁ ଏହି କାମକୁ ଅନ୍ୟମାନେ କରିଥିବା ନାମ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହି ଅଞ୍ଚଳରେ କାର୍ୟ୍ୟରତ ଯେଉଁ କେତେ ଜଣ ଲାଖ କାରିଗରଙ୍କ ନାମ ତାଳିକା ପ୍ରଦାନ କରାଯାଇଛି, ପ୍ରକୃତରେ ସେଥିରୁ ୧୦/୧୫ ଜଣଙ୍କ ବ୍ୟତୀତ ଅନ୍ୟ କେହି ଏହି କାମ କରନ୍ତି ନାହିଁ । ପୁନଶ୍ଚ ୫୦ ବର୍ଷ ବୟସରୁ କମ ବ୍ୟକ୍ତି ତାଲିମ ନେବା ପାଇଁ ବୟସ ଥିବା ସ୍ଥଳେ ତହିଁରୁ ଅଧିକବୟସ୍କ ବ୍ୟକ୍ତିଙ୍କୁ ଏଥିରେ ସାମିଲ କରାଯାଇଛି। ଏପରିକି କେତେକଙ୍କ ଆଧାରକାର୍ଡ ବା ଫଟୋ ବି ଦାଖଲ କରାଯାଇ ନାହିଁ।

ପୂର୍ବରୁ ସହକର୍ମୀଙ୍କ ସହିତ ବିଭୁବ୍ରହ୍ମା ପ୍ରଭାତୀଙ୍କ ଘରକୁ ଆସି ତାଙ୍କର ଲାଖ କାମ କରୁଥିବା ଫଟୋ ନେଇ ଏବଂ ୧୦୦ ଜଣ କାରିଗରଙ୍କ ପାଇଁ ତାଲିମ କେନ୍ଦ୍ର ମଞ୍ଜୁର ହେବ ଏବଂ ତୁମେ ହିଁ ଏହାର ଦାୟିତ୍ୱ ନେବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଗ୍ରୁପ ମାଆ ଭଉଣୀଙ୍କ ନାମ, ଆଧାରକାର୍ଡ ଓ ଫଟୋ ମାଗିନେଇଥିଲେ। ଏସବୁ ଫଟୋକୁ ହିଁ ସତ୍ୟପାଠରେ ସଂଲଗ୍ନ କରାଯାଇଛି। ପ୍ରଭାତୀ ନବରଙ୍ଗପୁର ଅଞ୍ଚଳରେ ଜଣେ ପେଷାଦାର ଲାଖ କାରିଗର। ତାଙ୍କର ପରିବାର ଏବଂ ସାହି ପଡ଼ିଶାର କେତେଜଣ ମହିଳାଙ୍କୁ ନେଇ ବିଭିନ୍ନ ଲାଖକାମ କରି ଜୀବିକା ନିର୍ବାହ କରୁଛନ୍ତି। ଏହି ପ୍ରସ୍ତୁତ ଲାଖ ସାମଗ୍ରୀ ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଛି।

Comments are closed.