ମୈଦଲପୁର ଡାକ୍ତର ଖାନାରେ ଜନ୍ମ ହେଲା ଅଦ୍ଭୁତ ଶିଶୁପୁତ୍ର

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳା ଆଜି ମୈଦାଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଦ୍ଭୁତ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଅଦ୍ଭୁତ ଶିଶୁଙ୍କୁ ଦେଖିବାପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
ସୂଚନା ମୁତାବକ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ର ଜବାଗୁଡା ଗ୍ରାମର ହୀରାଧର ଜାନିଙ୍କ ଗର୍ଭବତୀ ପତ୍ନୀ ପ୍ରମିଳା ଜାନି ଗତ ଶନିବାର ଦିନ ଯନ୍ତ୍ରଣା ହେବାରୁ ସଂଗେ ସଂଗେ ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପରେ ସେଠାରେ ସେ ଏକ ଅଦ୍ଭୁତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଉକ୍ତ ଶିଶୁର ମୁହଁରେ ଗୋଟିଏ ବଡ଼ ଆଖି ଥିବାବେଳେ ଆଉ ଏକ ଆଖି ଛୋଟ ଆକୃତି ହେବାସହ ମୁହଁରେ ଖାଲ ସବୁ ହୋଇ ବିକୃତ ଦେଖାଯିବ ସହ ବାଁ ହାଟରେ ୩ଟି ଆଙ୍ଗୁଠି ନାହିଁ। ଶିଶୁଟି ଅଦ୍ଭୁତ ଦିଶିବାପରେ ଡାକ୍ତର ପାପଡାହାଣ୍ଡି ନେବାକୁ କହିଥିଲେ। ପାପଡାହାଣ୍ଡିରେ ଡାକ୍ତର ଶିଶୁ ଟିକୁ ଦେଖିବା ପରେ ଶିଶୁଟିର ଅସ୍ତ୍ରପଚାର ପାଇଁ ପରାମର୍ଶ ଦେଇଥିଲେ। ଶିଶୁକୁ ପରିବାର ଲୋକେ ନବରଙ୍ଗପୁର ନେବାପରେ ସେଠାରୁ ଶିଶୁକୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।

 

ଡାକ୍ତରଙ୍କ କହିବା ଅନୁଯାଇ ଏହା ଗ୍ରହଣ ଖଣ୍ଡିଆ, ଏହି ରୋଗ ସାଧାରବ କ୍ଷେତ୍ରରେ ଦେଖା ଦେଇଥଏ। ବର୍ତ୍ତମାନ ଶିଶୁପୁତ୍ରଟିର ଅଧିକା ଚିଜିତ୍ସା ପାଇଁ ନବରଙ୍ଗପୁରରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ମେଡିକାଲର ଏକ ଟିମ ଶିଶୁ ଆଉ ମା ଉପରେ ନଜର ରଖିବା ସହ ଶିଶୁ ଟି କିପରି ଉତ୍ତମ ସ୍ଵାସ୍ତ୍ୟ ସେବା ପାଇବ ସେ ଦିଗରେ ପଦକ୍ଷେପ ନିଆଯାଇଥିବା କହିଛନ୍ତି।

Comments are closed.