ଗୋଟିଏ ମଞ୍ଚରେ ଜିଲ୍ଲା ପ୍ରଶାସନ ଏବଂ ସାମ୍ବାଦିକଙ୍କ ଆଲୋଚନା ଚକ୍ର

ନବରଙ୍ଗପୁର: ଗୋଟିଏ ମଞ୍ଚରେ ଜିଲ୍ଲା ପ୍ରଶାସନ ଏବଂ ସାମ୍ବାଦିକଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶାସନ ଏବଂ ସାମ୍ବାଦିକମାନଙ୍କୁ ନେଇ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପଂଚାୟତ ସାଧନା କେନ୍ଦ୍ର ଗୃହ ଠାରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମର ଶୀର୍ଷକ ‘ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କ ଭୂମିକା’କୁ ନେଇ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ମୁଖ୍ୟ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଲଚନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ, ପିଡି ଡିଆରଡ଼ିଏ ରତ୍ନାକର ସାହୁ ଯୋଗ ଦେଇଥିଲେ।

ଶିକ୍ଷାବିତ ଡ଼ଃ ବିଜୟ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ଭୂମିକା ସମାଜକୁ ସୁଧାରିବାରେ ବୋଲି କହିବା ସହ କରୋନା ଭଳି ଜଟିଳ ପରିସ୍ଥିତି ରେ ନିଜ ଜୀବନକୁ ବାଜି ଲଗାଇ ସମାଜ ପାଇଁ କାର୍ଯ୍ୟ କରିଛନ୍ତି ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିଅନ (ଓୟୁଜେ)ର ସଭାପତି ସୁଶାନ୍ତ କୁମାର ବେହେରା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଏକ କମ୍ୟୁନିଟି ଗୃହ ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ସହ ଜିଲ୍ଲାରେ କାର୍ଯ୍ୟରତ ଇଲେକ୍ଟ୍ରୋନିକ ମିଡ଼ିଆ ସାମ୍ବାଦିକମାନଂକୁ ସରକାରୀ ଅଧିକାରୀ କୌଣସି ଖବରକୁ ନେଇ ସରକାରୀ କର୍ମଚାରୀଙ୍କ ପ୍ରତିକ୍ରିୟା ରଖିବା ପାଇଁ ଅନୁରୋଧ କରିବା ସହ ଜିଲ୍ଲାର ଶିକ୍ଷାନୁଷ୍ଠାନରେ ସାମ୍ବାଦିକମାନଙ୍କ ପିଲାଛୁଆ ପାଠ ପଡିବା ପାଇଁ କୋଟାରେ ଅଗ୍ରାଧିକାର ଦେବାପାଇଁ ଅନୁରୋଧ କରିଥିଲେ।

ସେହିପରି ନବରଙ୍ଗପୁର ଓଯେୟୁ ସଭାପତି ବାଙ୍କ ବିହାରୀ ବିଶୋଇ ସାମ୍ବାଦିକମାନେ ନିରେପେକ୍ଷ ସାମ୍ବାଦିକତା କରିବା ସହ ଜିଲ୍ଲାର ଉନ୍ନତି ସକାଶେ ସ୍ଵଛ ଖବର ସଂଗ୍ରହ କରିବାପାଇଁ କହିଥିଲେ। ସେହିପରି ଜିଲ୍ଲା ଏସୟୁଯେ ସମ୍ପାଦକ ସଦାଶିବ ପ୍ରହରାଜ ସାମ୍ବାଦିକମାନଙ୍କୁ ମିଥ୍ୟା କେଶରେ ଜଡିତ କରି ଅନ୍ୟାୟରେ ହଇରାଣ କରୁଥିବା ପ୍ରତି ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାପାଇଁ କହିଥିଲେ। ଏହି ଆଲୋଚନା ଚକ୍ରରେ ଜିଲ୍ଲାପାଳ ଏବଂ ସାମ୍ବାଦିକଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଶେଷରେ ଜିଲ୍ଲାପାଳ ସାମ୍ବାଦିକମାନେ ଜିଲ୍ଲାର ଗୁରୁତର ଏବଂ ମୁଖ୍ୟ ସମସ୍ୟା ଗୁଡିକ ବିଷୟରେ ଆଲୋଚନାରେ ମତବ୍ୟକ୍ତ କରିଥିବାରୁ ଜିଲ୍ଲାର ଯେଉଁ ସମସ୍ୟା ଅଛି ସେ ଦିଗରେ ସେ ବିଶେଷ ଧ୍ୟାନ ଦେବେ ବୋଲି କହିବା ସହ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ସେ ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସାମ୍ବାଦିକ, ପି ପ୍ରକାଶ, ନବଘନ ବିଷୋୟୀ, କିଶୋର ପଟନାୟକ, ଲକ୍ମୀକାନ୍ତ ପଣ୍ଡା, ଏ ସତୀଶ, ସିରୁ ପlତ୍ର, ଗୌରାଙ୍ଗ ପlତ୍ର, ସ୍ୱାଧୀନ ପଣ୍ଡା, କିରଣ ପଟନାୟକ, ପ୍ରଦୀପ ପାଢ଼ୀ, ରାମ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.